ସ୍ବର୍ଣ୍ଣ ଜିତି ଇତିହାସ ରଚିଲା ଲନ ବଲ୍ସ ଟିମ
ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଇତିହାସ ରଚିଛି ଭାରତୀୟ ମହିଳା ଟିମ୍। ବର୍ମିଂହାମରେ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡାରେ ମଙ୍ଗଳବାର ଭାରତୀୟ ମହିଳା ଲନ ବଲ୍ସ ଟିମ ଜିତିଛି ଐତିହାସିକ ସ୍ବର୍ଣ୍ଣ ପଦକ। ଭାରତୀୟ ମହିଳା ଦଳ ଦକ୍ଷିଣ ଆଫ୍ରିକାକୁ ୧୭-୧୦ରେ ପରାସ୍ତ କରି ଏହି ପଦକ ଜିତିବାରେ ଗୌରବ ଅର୍ଜନ କରିଛି। ପ୍ରଥମ ଥର ପାଇଁ ଏହି ଇଭେଣ୍ଟରେ ଦଳ ଭାଗ ନେଇଥିବା ବେଳେ ୯୬ ବର୍ଷ ପରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଛି।
ମଙ୍ଗଳବାର ଅଢ଼େଇ ଘଣ୍ଟା ଧରି ଚାଲିଥିବା ଫାଇନାଲ ମୁକାବିଲାରେ ଭାରତୀୟ ମହିଳା ଟିମ୍ର ଲଭ୍ଲୀ ଚୌବେ, ପିଙ୍କି, ନୟନମଣି ସାଇକିଆ ଏବଂ ରୂପା ରାଣୀ ତିର୍କି ଦମ୍ଦାର ପ୍ରଦର୍ଶନ କରି ପଦକ ଜିତିଛନ୍ତି।
୯୬ ବର୍ଷର କ୍ରୀଡା ଇତିହାସରେ ମହିଳା ଦଳ ଏଭଳି ସଫଳତା ପାଇନଥିବାବେଳେ ୨୦୨୨ରେ ଏକାଥରକେ ସ୍ବର୍ଣ୍ଣ ପଦକ ପାଇବା ଭାରତ ପାଇଁ ଗୌରବ। ଏହି ଐତିହାସିକ ପଦକ ହାସଲ ପରେ ପ୍ରଧାନମନ୍ତ୍ରୀ ମହିଳା ଲାନ ବଲ୍ସ ଦଳକୁ ପ୍ରଶଂସା କରିଛନ୍ତି।
Powered by Froala Editor