ମୁଦ୍ରାସ୍ପିତି ହାରକୁ ୭ ପ୍ରତିଶତରୁ ତଳକୁ ଆଣିବା ଲାଗି ଉଦ୍ୟମ କରାଯାଉଛି : ସୀତାରମଣ
ଦେଶରେ ଦରଦାମ୍ ବଢ଼ିଛି। ଏହା ସତ୍ୟ। ଆମେ ଏଥିରୁ ପଳାୟନ କରୁନୁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ମଙ୍ଗଳବାର ମୂଲ୍ୟବୃଦ୍ଧି ପ୍ରସଙ୍ଗରେ ସରକାରଙ୍କ ପକ୍ଷ ରଖିଛନ୍ତି ସୀତାରମଣ। ଦେଶରେ ମୂଲ୍ୟବୃଦ୍ଧିକୁ କେହି ଅସ୍ୱୀକାର କରିପାରିବେନି ବୋଲି ସେ କହିଛନ୍ତି। ଆମର ମୁଦ୍ରାସ୍ପିତି ହାରର ଏକ ବ୍ୟାଣ୍ଡ ରହିଛି। ଏବେ ମୁଦ୍ରାସ୍ପିତି ହାର ୭ ପ୍ରତିଶତ ଉପରେ ରହୁଛି । ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମୁଦ୍ରାସ୍ପିତି ହାରକୁ ୭ ପ୍ରତିଶତରୁ ତଳକୁ ଆଣିବା ଲାଗି ଉଦ୍ୟମ କରୁଥିବା ନିର୍ମଳା ଉଚ୍ଚ ସଦନକୁ କହିଛନ୍ତି।
ଏହା ସହିତ ପ୍ୟାକେଟ ବନ୍ଦ ଖାଦ୍ୟ ଉପରେ ୫ ପ୍ରତିଶତ ଜିଏସ୍ଟି ଲାଗୁ ହୋଇଥିବା ସେ କହିଛନ୍ତି। ତେବେ ଦେଶରେ ଖାଇବା ପିଇବା ସାମଗ୍ରୀ ଉପରେ ଶୁଳ୍କ ଲାଗୁର ଏହା ପ୍ରଥମ ଘଟଣା ନୁହେଁ। ଜିଏସଟି ପୂର୍ବରୁ ୨୨ ରାଜ୍ୟରେ ଭାଟ୍ ଥିଲା ବୋଲି ନିର୍ମଳା ଗୃହରେ କହିଛନ୍ତି।
ତେବେ ଦେଶର ଗରିବଙ୍କ ଉପଯୋଗୀ କୌଣସି ସାମଗ୍ରୀ ଉପରେ କୌଣସି ଟିକସ ଲାଗୁ ହୋଇ ନାହିଁ। ହସ୍ପିଟାଲ ବେଡ୍ ଅବା ଆଇସିୟୁ ଚାର୍ଜ ଉପରେ କୌଣସି ଜିଏସ୍ଟି ଲାଗୁ ହୋଇ ନଥିବା ସେ କହିଛନ୍ତି।
Powered by Froala Editor