ପାର୍ଥ ଚାଟାର୍ଜୀଙ୍କ ଉପରେ ଆକ୍ରୋଶ ବଢୁଛି: ଚପଲ ଫିଙ୍ଗିଲେ ମହିଳା
ଶିକ୍ଷକ ନିଯୁକ୍ତି ଦୂର୍ନୀତି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ବହିଷ୍କୃତ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପରେ ଲୋକଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି। ମଙ୍ଗଳବାର ଜଣେ ମହିଳାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ପାର୍ଥ ଚାଟାର୍ଜୀ। କୋଲକାତାର ଇଏସଆଇ ହସ୍ପିଟାଲକୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ନେବା ସମୟରେ ସେଠାରେ ଥିବା ଜଣା ମହିଳା ପାର୍ଥ ଚାଟାର୍ଜୀଙ୍କ ଉପରକୁ ଚପଲ ଫିଙ୍ଗିଥିଲେ।
ଚପଲ ଫିଙ୍ଗିଥିବା ମହିଳା ଜଣଙ୍କ ହେଲେ ସୁଭଦ୍ରା ଓ ତାଙ୍କ ଘର ଦକ୍ଷିଣ ୨୪ ପ୍ରଗଣାର ଅମତାଲାରେ । କାହିଁକି ଚପଲ ମାଡ଼ କଲେ ବୋଲି ସୁଭଦ୍ରାଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ। ଏହାର ଜବାବରେ ସେ କହିଛନ୍ତି, “ଆପଣମାନେ କ’ଣ ଜାଣି ନାହାନ୍ତି? ସେ ଅନେକ ଗରିବ ଲୋକଙ୍କ କଷ୍ଟ ଉପାର୍ଜିତ ଟଙ୍କା ଗିଳି ଦେଇଛନ୍ତି। ଲୋକଙ୍କ ଟଙ୍କାରେ ମଉଜ କରି ଫ୍ଲାଟ କିଣିଛନ୍ତି।
ହେଲେ ଆପଣମାନେ ମୋତେ ପଚାରୁଛନ୍ତି କାହିଁକ? ତାଙ୍କ ବେକରେ ଦଉଡ଼ି ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେବା କଥା। ଯଦି ମୁଁ ଫୋପାଡ଼ିଥିବା ଚପଲ ତାଙ୍କ ମୁଣ୍ଡରେ ବାଜି ଥାଆନ୍ତା, ତା’ହେଲେ ମୁଁ ବେଶୀ ଖୁସି ହୋଇଥାଆନ୍ତି। ।”
ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଇଡି ପାର୍ଥ ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରିଛି। ଏଥିସହ ଅର୍ପିତାଙ୍କ ଘରୁ ନଗଦ ୫୦ କୋଟି ଟଙ୍କା ମଧ୍ୟ ଜବତ କରାଯାଇଛି। ଏସବୁ ଭିତରେ ପାର୍ଥଙ୍କ ବିରୋଧରେ ଜନଅସନ୍ତୋଷ ଦେଖାଦେଇଛି।

Powered by Froala Editor