ଅପରାଜିତା ମହାନ୍ତିଙ୍କ ଗଣମାଧ୍ୟମକୁ ଅପିଲ: ପ୍ଲିଜ ଆମକୁ ଏକୁଟିଆ ଛାଡ଼ି ଦିଅନ୍ତୁ
ଭୁବନେଶ୍ୱର: ବାବୁସାନ-ପ୍ରକୃତି-ତୃପ୍ତି ବିବାଦକୁ ନେଇ ଏବେ ମିଡିଆରେ ଜୋରଦାର ଚର୍ଚ୍ଚା । ଗତ କିଛି ଦିନ ହେଲା ଟିଭି ଖୋଲିଲେ କି ଖବରକାଗଜ ଓଲଟାଇଲେ କେବଳ ସେହି ଖବର । ଏହି ଖବର ସଂଗ୍ରହ ପାଇଁ ମିଡିଆ ବନ୍ଧୁମାନେ ବାବୁସାନଙ୍କ ଘର ଆଗରେ ଅଧିଆ ପଡ଼ିବା ଭଳି ରହିଛନ୍ତି । ବାବୁସାନ କ’ଣ କଲେ, କ’ଣ ପିନ୍ଧିଲେ, ତାଙ୍କ ବଡିଗାର୍ଡ କ’ଣ ଖାଆନ୍ତି ଇତ୍ୟାଦି ଇତ୍ୟାଦି ଖବର ପାଇଁ ଦିନ ରାତି ସେଠାରେ କ୍ୟାମେରା ଓ ବୁମ ଧରି ରହିଛନ୍ତି । ତେବେ ଏହା ଭିତରେ ବାବୁସାନଙ୍କ ମା’ ତଥା ଅପରାଜିତା ମହାନ୍ତି ଗଣମାଧ୍ୟମ ପ୍ରତିନିଧିଙ୍କୁ ଅପିଲ କରିଛନ୍ତିି ।
ସେ କହିଛନ୍ତି ଯେ ଉତ୍ତମ ବାବୁ ଓ ମୋ ଭିଣୋଇଙ୍କ ଦେହ ଭଲ ନାହିଁ । ଦୟା କରି ଗହଳି କରନ୍ତୁ ନାହିଁ । ଗହଳି ଏଡ଼ାନ୍ତୁ । ଯେକୌଣସି ସମୟରେ ଆମ୍ବୁଲାନ୍ସ ଆମ ଘରକୁ ଆସିପାରେ । ମିଡିଆ ବନ୍ଧୁମାନଙ୍କ ଗହଳି ଯୋଗୁଁ ଲୋକଙ୍କ ଯିବା ଆସିବା ଅସୁବିଧା ହେଉଛି । ମିଡିଆ ଆମକୁ ଅନେକ ସାହାଯ୍ୟ କରିଛି । ସେଥିପାଇଁ ଧନ୍ୟବାଦ । ତେବେ ଘର ଆଗରୁ ଗହଳି ଏଡ଼ାଇବାକୁ ଅପରାଜିତା ମିଡିଆ ବନ୍ଧୁମାନଙ୍କୁ ଅପିଲ କରିଛନ୍ତି ।
ଗତକାଲି ଫ୍ୟାନଙ୍କ ସହ ଜନ୍ମଦିନ ପାଳି ଥିଲେ ବାବୁଶାନ୍। ସନ୍ଧ୍ୟାରେ ସେ ତାଙ୍କ ଘରେ ପରିବାର ସଦସ୍ୟ, ବନ୍ଧୁ ଓ ଫ୍ୟାନମାନଙ୍କ ସହ ଜନ୍ମଦିନ ପାଳନ କରିଥିଲେ । ବାବୁଶାନ ନିଜେ କେକ୍ କାଟିଥିବା ବେଳେ ତାଙ୍କୁ ସମସ୍ତେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ତାଙ୍କ ଘରେ ଫ୍ୟାନ ଓ ଗମଣାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ତେବେ ତାଙ୍କ ଜନ୍ମଦିନ ପାଳନ ଅବସରରେ ପତ୍ନୀ ତୃପ୍ତିଙ୍କୁ ଦେଖିବାକୁ ମିଳିନଥିଲା। ଜନ୍ମଦିନ ପାଳନରେ ଉପସ୍ଥିତ ଥିଲେ ତୃପ୍ତିଙ୍କ ବାପା ଲଳିତ ଶତପଥୀ। ଉତ୍ସବରେ ବାବୁଶାନଙ୍କ ମାଆ ଅପରାଜିତ ମହାନ୍ତି, ପାରିବାରିକ ବନ୍ଧୁ, ଅଭିନେତା ଶ୍ରୀତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
Powered by Froala Editor