ନିରାମିଷ ଖାଦ୍ୟରେ କଟା ସାପ ମୁଣ୍ଡ

ତୁର୍କୀ ବିମାନ କମ୍ପାନି ‘ସନ୍ ଏକ୍ସପ୍ରେସ’ର ବିମାନରେ ଥିବା ଖାଦ୍ୟରେ ସାପ ମୁଣ୍ଡ ବାହାରିଛି । ସେପୁଣି ସମ୍ପୂର୍ଣ୍ଣ ନିରମିଷ କୁମହାଯାଉଥିବା ଖାଦ୍ୟରେ ଏ ଅଘଟଣ ଘଟିଛି । ଯାହାର ଭିଡିଓ ଭାଇରାଲ ହେଉଛି । ବିମାନ କମ୍ପାନି ସନ୍ ଏକ୍ସପ୍ରେସ୍ ତୁର୍କୀ ଗଣମାଧ୍ୟମକୁ କହିଛି ଯେ ଏହା ଆଦୌ ଗ୍ରହଣୀୟ ନୁହେଁ। ଘଟଣାର ତଦନ୍ତ ଆରମ୍ଭ ହୋଇଥିବାବେଳେ ସମ୍ପୃକ୍ତ ଖାଦ୍ୟ ଯୋଗାଣକାରୀଙ୍କ ସହ ଚୁକ୍ତିନାମା ସ୍ଥଗିତ ରଖିଛି ବିମାନ କମ୍ପାନି।
ଏଥି ସହିତ ଖାଦ୍ୟ ଯୋଗାଣକାରୀ ସଂସ୍ଥା ସନକ୍ୟାକ୍ ଇନଫ୍ଲାଇଟ୍ ସର୍ଭିସେସ୍ ଏହି ପ୍ରସଙ୍ଗରେ କହିଛି ଯେ ରୋଷେଇ ସମୟରେ ଆମେ କୌଣସି ବାହାର ଜିନିଷ ବ୍ୟବହାର କରିନାହୁଁ। ଯଦି ଏହା ସତ ହୋଇଥାଏ, ତେବେ ସାପର ମୁଣ୍ଡ ଖାଦ୍ୟ ଭିତରକୁ କିଭଳି ଆସିଲା, ସେ ନେଇ ଯାଞ୍ଚ କରାଯିବ ।
ସୂଚନା ମୁତାବକ, ବିମାନର କ୍ରୁ ସଦସ୍ୟ ଖାଦ୍ୟ ଖାଇବା ବେଳେ ଏହି ଘଟଣା ଘଟିଥିଲା। ନିରାମିଷ ଖାଦ୍ୟ ଖାଉଥିବା ବେଳେ ତାଙ୍କ ଖାଦ୍ୟ ଭିତରୁ ହଠାତ ସାପର ମୁଣ୍ଡ ବାହାରିବା ପରେ ସେ ଚମକି ପଡ଼ିଥିଲେ।
Powered by Froala Editor