ନାବାଳିକାକୁ ବାହା ହୋଇ ଫସିଗଲେ ଯୁବକ
କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ବଲାଣିପଶି ଗ୍ରାମର ଜନୈକା ନାବାଳିକା ଛାତ୍ରୀ ଗତ 26 ତାରିଖ ତୁରୁମୁଙ୍ଗା ଥାନା ବାଉଁଶୁଳି ପଂଚାୟତ ଅନ୍ତର୍ଗତ ଭୁଲଦା ଗ୍ରାମ ବାଘମାରା ସାଇର କ୍ଷେତ୍ରବାସୀ ମହାନ୍ତ ଙ୍କ ପୁଅ ତଥା ରଙ୍ଗ ମିସ୍ତ୍ରୀ କ୍ଷୀରୋଦ ଚନ୍ଦ୍ର ମହାନ୍ତ(24) ଙ୍କ ଘରକୁ ଚାଲିଯାଇଥିଲା। କ୍ଷୀରୋଦ ସମ୍ପୃକ୍ତା ନାବାଳିକା ଛାତ୍ରୀ କୁ ତତ୍କାଳ ବିବାହ କରି ନେଇଥିଲେ। ହେଲେ ଏନେଇ ଛାତ୍ରୀର ବାପା ପାଟଣା ଥାନାରେ ଲିଖିତ ଅଭିଯୋଗ କରି ତାଙ୍କ ଝିଅକୁ ଅପହରଣ କରାଯାଇଥିବା ଅଭିଯୋଗ ଆଣିଥିଲେ। ଘଟଣା ର ତଦନ୍ତ କରି ପାଟଣା ଥାନା ଏ ଏସ ଆଇ ମନୋରମା ସ୍ୱାଇଁ ଘଟଣା ର ତଦନ୍ତ କରିବା ସହ ଭୁଲୁଦା ଗ୍ରାମର ସମ୍ପୃକ୍ତା ନାବାଳିକାକୁ ଉଦ୍ଧାର କରିବା ସହ କ୍ଷୀରୋଦକୁ ଗିରଫ କରିଛନ୍ତି। ଉଭୟଙ୍କ ଡାକ୍ତରୀ ମାଇନା ପରେ ଯୁବକକୁ କୋର୍ଟ ଚାଲାଣ କରାଯାଇଛି।
ସୂଚନା ଯୋଗ୍ୟଯେ ଗିରଫ କ୍ଷୀରୋଦ ଙ୍କ ବଡ଼ଭାଇ ବଲାଣିପଶି ଗ୍ରାମର ପଟେଲ ମହାନ୍ତ ଙ୍କ ଝିଅ ବର୍ଷା କୁ ବିବାହ କରିଥିବାରୁ ତାଙ୍କ ଘରକୁ କ୍ଷୀରୋଦ ଯିବା ଆସିବା ହେଉଥିଲା। ଫଳରେ ସମ୍ପୃକ୍ତ ଛାତ୍ରୀ ଙ୍କ ସହ ଦେଖା ସାକ୍ଷାତରୁ ପ୍ରେମ ସମ୍ପର୍କ ହୋଇଥିଲା। ଏକଥା ଜାଣିବା ପରେ ଛାତ୍ରୀର ପିତା ଝିଅକୁ ମାରଧର କରିବାରୁ ଛାତ୍ରୀ ଜଣକ ଗତ 26 ତାରିଖ ପ୍ରେମ କରୁଥିବା ଭୁଲୁଦା ବାଘମରା ସାହିର କ୍ଷୀରୋଦ ମହାନ୍ତଙ୍କ ଘରକୁ ଚାଲି ଆସିଥିଲା।
Powered by Froala Editor