ବାପାର ରାଗ ପୁଅ ଉପରେ ସୁଝାଇଲା, ହାତଗୋଡ ବାନ୍ଧି ଫିଙ୍ଗିଦେଲା ଯୁବକ

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ବାତୋ ପଞ୍ଚାୟତର ଜଣେ ୨୨ ବର୍ଷର ଯୁବକ ସେହି ଗ୍ରାମର ଓଙ୍କାର ପରିଡା (୧୧)ନାବାଳକକୁ ଜାମୁକୋଳି ଖାଇବା ବାହାନାରେ ଡାକିନେଇ ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି l ଏଭଳି ଅଭାବନୀୟ ଘଟଣା ଘଟିଛି ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାତୋ ପଂଚାୟତରେ l
ବାତୋ ପଂଚାୟତ ହରିଜନ ସାହିରେ ବାସ କରୁଥିବା ପେଜ ଜେନାଙ୍କ ପୁଅ କୁଲୁ ଜେନା ବାତୋ ଗ୍ରାମର ଦିଲ୍ଲୀପ ପରିଡାଙ୍କ ପାଖରେ ପାରାଦ୍ୱୀପରେ ରହି କାମ କରୁଥିଲେ l ସେଠି କୌଣସି କାରଣରୁ ଦୁଇଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ସେଠୁ କୁଲୁ ଜେନା କାମ ଛାଡ଼ି ଘରକୁ ଫେରି ଆସିଥିଲେ l ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୁଲୁ ଜେନା ଦିଲ୍ଲୀପ ପରିଡାଙ୍କ ଏକ ମାତ୍ର ପୁଅ ଓଙ୍କାର ପରିଡାଙ୍କୁ(୧୧) ଜାମୁ କୋଳି ଖାଇବା ବାହାନା ରେ ଡ଼ାକି ନେଇଥିଲା । ହେଲେ ଗଛରେ ଜାମୁ କୋଳି ପାଚି ନଥିବାରୁ ଓଙ୍କାର ପରିଡା ଜାମୁ କୋଳି ଖାଇବାକୁ ମନା କରିବାରୁ କୁଲୁ ଜେନା ଓଙ୍କାରର ତଣ୍ଟି ଚିପି ତାଙ୍କୁ ମାଡ଼ ମାରୀ ଆଚେତ କରି ପାଟି ଓ ଆଖି କୁ ଏକ କପଡା ରେ ବାନ୍ଧିଦେଇ କରଡ଼ାପାଳ ଗ୍ରାମର କୋଚିଆ ନାଳି ଗଣ୍ଡରେ ପକାଇ ଦେଇଥିଲା l ଓଙ୍କାର ଚେତା ଫେରି ପାଇବା ପରେ କରଡ଼ାପାଳ ଗ୍ରାମର କାର୍ତ୍ତିକ ମଲ୍ଲିକ ଘରକୁ ଆସି ମୋତେ ରକ୍ଷା କର କହିଥିଲା l କାର୍ତ୍ତିକ ମଲ୍ଲିକ ଓଙ୍କାରଠୁ ସବୁ କଥା ଜାଣିବା ପରେ ଓଙ୍କାର କୁ ଆଣି ତାଙ୍କ ଘରେ ଛାଡିଥିଲେ l ପରେ ଓଙ୍କାର ବାପା ଦିଲ୍ଲୀପ ପରିଡା ସାଇଁକୁଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ l ରାମଚନ୍ଦ୍ରପୁର ଥାନା ଆଇପିଏସ ୟସ ପ୍ରତାପ ଶ୍ରୀମଲ ଯୁବକକୁ ଅଟକାଇ କୋଟ୍ ଚାଲାଣ କରାଯାଇଥିବା ଜଣାପଡିଛି ।

Powered by Froala Editor