ପୁଅକୁ ହତ୍ୟା ପରେ ଆତ୍ମହତ୍ୟା କଲା ବାପା
ନୂଆପଡ଼ା: ପୁଅକୁ ଟାଙ୍ଗିଆରେ ହତ୍ୟା କରି ଆତ୍ମହତ୍ୟା କଲା ବାପା। ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଫୋକଟପଡାରେ ଏଭଳି ହୃଦୟବିଦାରକ ଘଟଣା ଘଟିଛି। ଘଟଣାସ୍ଥଳରେ ନୂଆପଡ଼ା ଏସଡିପିଓ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନାନୁଯାୟୀ, ଧରମବନ୍ଧା ଥାନା ଫୋକଟପଡାର ନକୁଳ ରାଉତ ଓ ତାଙ୍କ ପୁଅ ଶୋଭିତ ରାଉତଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବାପା ନକୁଳ ରାଉତ ମାତାଲ ଅବସ୍ଥାରେ ପୁଅ ଶୋଭିତଙ୍କୁ ଏକ ଟାଙ୍ଗିଆ ସାହାଯ୍ୟରେ ହତ୍ୟା କରିଛନ୍ତି। ଏହାପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ନୂଆପଡ଼ା ଏସଡିପିଓ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।
Powered by Froala Editor