ବିଷଧର ସାପକାମୁଡାରେ ଭାଇଭଉଣୀ ମୃତ

ଆଳି : କେନ୍ଦ୍ରାପଡା ଜିଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ରାତିରେ ଶୋଇଥିବା ଅବସ୍ଥାରେ ବିଷଧର ସାପକାମୁଡାରେ ଭାଇଭଉଣୀଙ୍କର ମୃତ୍ୟୁ ଘଟିଛି। ପୁଅର ବୟସ ୧୧ ବର୍ଷ ହୋଇଥିବା ବେଳେ ଝିଅର ବୟସ ୩ ବର୍ଷ ବୋଲି ଜଣାପଡିଛି।
ସୂଚନା ଯୋଗ୍ୟ, ଉଭୟ ଭାଇଭଉଣୀ ରାତିରେ ଶୋଇଥିବା ବେଳେ ଏକ ବିଷଧର ସାପଟି ପ୍ରଥମେ ପୁଅକୁ ଓ ପରେ ଝିଅକୁ କାମୁଡି ଦେବାରୁ ସେମାନେ ଚିତ୍କାର କରିଥିଲେ। ଚିତ୍କାର ଶୁଣି ପରିବାର ଲୋକେ ସେମାନଙ୍କୁ ମେଡିକାଲ ନେଇଥିଲେ। ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଘଟଣାରେ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି।
Powered by Froala Editor