ଦୁର୍ଘଟଣାରେ ମହିଳା ମୃତ
ଭବାନୀପାଟଣା: କୁହାଯାଏ ମୃତୁ୍ୟ କେତେବେଳେ ଓ କେମିତି ଆସିବ ସେ ସମ୍ପର୍କରେ କେହି କିଛି କହି ପାରିବେ ନାହିଁ । ତେବେ ଆଜି ଏହି ଭଳି ଏକ ଘଟଣା ଘଟିଛି ଯାହା ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରୁଛି । ଭାରସାମ୍ୟ ହରାଇ ଏକ ଟ୍ରକ ଘର ଭିତରକୁ ପଶିଯିବାରୁ ଜଣେ ମହିଳାଙ୍କ ମୃତୁ୍ୟ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । କେସିଙ୍ଗା ଥାନା ଏନଏଚ ୨୬ କନ୍ତେସିର ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ମହିଳାଙ୍କ ମୃତୁ୍ୟ ହୋଇଥିବାବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାଯାଇଛି ।
Powered by Froala Editor