ବିବାହ ଓ ଅନ୍ତ୍ୟେଷ୍ଟିକି୍ରୟା ପାଇଁ ହ୍ୱାଟସଆପରେ ମିଳିବ ଲାଇସେନ୍ସ

ଭୁବନେଶ୍ୱର : ବିବାହ ଓ ଅନ୍ତ୍ୟେଷ୍ଟିକି୍ରୟା ପାଇଁ ରାଜଧାନୀବାସୀଙ୍କୁ ଆଉ ଲାଇସେନ୍ସ ସେଲକୁ ଯିବାକୁ ପଡ଼ିବ ନାହିଁ । ହ୍ୱାଟସଆପରେ ମିଳିଯିବ ଲାଇସେନ୍ସ । ଏ ନେଇ କମିସନରେଟ ପୁଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଯେଉଁମାନେ ଲାଇସେନ୍ସ ଚାହିଁବେ ସେମାନେ ଡାଏଲ ୧୦୦କୁ କଲ କରିପାରିବେ । ସେହିପରି ଲାଇସେନ୍ସ ସେଲର ମୋବାଇଲ ନମ୍ବର (୮୧୪୪୨୦୭୧୦୦)କୁ କଲ ଓ ହ୍ୱାଟସଆପ କରିପାରିବେ । ହ୍ୱାଟସଆପ ଜରିଆରେ କଲ କରିଥିବା ବ୍ୟକ୍ତିଙ୍କୁ ଏକ ଫର୍ମ ଦିଆଯିବ । ସେହି ଫର୍ମକୁ ପୂରଣ କରି ସମ୍ପୃକ୍ତ ବ୍ୟକ୍ତି ଏହି ହ୍ୱାଟସଆପ ନମ୍ବରକୁ ପଠାଇବେ । ଏହାକୁ ଯାଞ୍ଚ କରାଯିବା ପରେ ହ୍ୱାଟସ ଆପ ମାଧ୍ୟମରେ ଲାଇସେନ୍ସ ପ୍ରଦାନ କରାଯିବ ବୋଲି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।
Powered by Froala Editor