ବରଯାତ୍ରୀ ନେଇ ଯାଉଥିଲା ଭ୍ୟାନ୍, ଓଲଟିପଡିଲା

ସ୍ବାଭିମାନ ଅଞ୍ଚଳର ଅନ୍ଦ୍ରପାଲି ଘାଟି ଠାରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଓଲଟି ପଡିଛି । ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତଙ୍କୁ ସ୍ବାଭିମାନ ଅଞ୍ଚଳର ସ୍ଥାନୀୟ ବିଏସଏଫ୍ ଓ ପୋଲିସ ଅଧିକାରୀ ଚଂଦ୍ରକାନ୍ତି ତାଣ୍ଡି ଏବଂ ସ୍ବାଭିମାନ ଅଞ୍ଚଳର ଯୋଡ଼ାମ୍ବ ଥାନାର ପୂର୍ବତନ ଥାନା ଅଧିକାରୀ ଅନିଲ ପରିଡାଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ତାର୍ଲକୋଟା ପଞ୍ଚାୟତରୁ ସ୍ବାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତ ଅନ୍ତର୍ଗତ ସିଙ୍ଗୋଇ ଗାଁରେ ଏକ ବିବାହ କାର୍ଯ୍ୟରେ ଯୋଗଦେବାକୁ ମହିଳା ଓ ପୁରୁଷ ମିଶି ୩୫ ଜଣ ଅନ୍ଦ୍ରପଲ୍ଲୀ ପଞ୍ଚାୟତର ଓରାପଦର ଲଞ୍ଚ ଘାଟ ଠାରେ ଲଞ୍ଚ ଯୋଗେ ପହଞ୍ଚିଥିଲେ । ପୂର୍ବରୁ ସେଠାରେ ସିଙ୍ଗୋଇ ଗାଁ ରୁ ଏକ ପିକ୍ ଭ୍ୟାନ ଅପେକ୍ଷା କରିଥିଲା । ସେହି ପିକ୍ ଭ୍ୟାନରେ ୩୫ ଜଣ ଶୀଙ୍ଗୋଇ ଗାଁକୁ ଯିବା ସମୟରେ ଭ୍ୟାନଟି ଅନ୍ଦ୍ରାପାଲି ରାସ୍ତା କଡରେ ଓଲଟି ପଡିଥିଲା । ଘଟଣା ସ୍ଥଳେ ୮ ଜଣ ପୁରୁଷ ଓ ୭ ଜଣ ମହିଳା ଆହତ ହୋଇଥିବା ବେଳେ ୨ ଜଣ ପୁରୁଷଙ୍କ ଅବସ୍ଥା ଗୁରୁତର ରହିଛି ।
Powered by Froala Editor