‘ଦ କଶ୍ମୀର ଫାଇଲ୍ସ’କୁ ନିଷିଦ୍ଧ ଘୋଷଣା କଲେ ସିଙ୍ଗାପୁର ସରକାର

‘ଦ କଶ୍ମୀର ଫାଇଲ୍ସ’କୁ ସିଙ୍ଗାପୁରରେ ନିଷେଧ କରାଯାଇଛି । କାରଣ ଏହି ଚଳଚ୍ଚିତ୍ରଟି ବହୁ ଜାତି ଓ ଧର୍ମର ଲୋକ ରହୁଥିବା ସିଙ୍ଗାପୁରର ଚଳଚ୍ଚିତ୍ର ବର୍ଗୀକରଣ ନିର୍ଦ୍ଦେଶାବଳୀର ଉଲ୍ଲଂଘନ କରୁଛି ବୋଲି ସିଙ୍ଗାପୁର ସରକାର କହିଛନ୍ତି ।
ସିଙ୍ଗାପୁରର ସଂସ୍କୃତି, ସମ୍ପ୍ରଦାୟ ଏବଂ ଯୁବ ମନ୍ତ୍ରାଳୟ (ଏମସିସିୱାଇ) ଏବଂ ଗୃହ ମନ୍ତ୍ରାଳୟ (ଏମଏଚଏ) ସହିତ ଏକ ମିଳିତ ବିବୃତ୍ତିରେ ଇନଫୋକମ୍ ମିଡିଆ ଡେଭଲପମେଣ୍ଟ ଅଥରିଟି (ଆଇଏମଡିଏ) କହିଛି ଯେ, କର୍ତ୍ତୃପକ୍ଷ ହିନ୍ଦୀ ଭାଷାର ଏହି ଚଳଚ୍ଚିତ୍ରକୁ ସିଙ୍ଗାପୁରର ଚଳଚ୍ଚିତ୍ର ବର୍ଗୀକରଣ ନିର୍ଦ୍ଦେଶାବଳୀର ବିରୁଦ୍ଧାଚରଣ କରୁଛି ବୋଲି ସରକାର ଆକଳନ କରିଛନ୍ତି।
ଚଳଚ୍ଚିତ୍ର ବର୍ଗୀକରଣ ନିର୍ଦ୍ଦେଶାବଳୀ ଅନୁଯାୟୀ, ସିଙ୍ଗାପୁରରେ ଜାତିଗତ କିମ୍ବା ଧାର୍ମିକ ସମ୍ପ୍ରଦାୟକୁ ଅପମାନିତ କରୁଥିବା ଯେକୌଣସି ସାମଗ୍ରୀକୁ ବର୍ଗୀକରଣ ପାଇଁ ମନା କରାଯିବ । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ୧୯୯୦ ଦଶକରେ ଆତଙ୍କବାଦ ହେତୁ କଶ୍ମୀର ଉପତ୍ୟକାରୁ କଶ୍ମୀର ପଣ୍ଡିତଙ୍କ ପଳାୟନ ଉପରେ ଆଧାରିତ। ତେବେ, ଏହିସବୁ କାରଣକୁ ନେଇ ସିଙ୍ଗାପୁର ‘ଦ କଶ୍ମୀର ଫାଇଲ୍ସ’ ଉପରେ ପ୍ରତିବନ୍ଧକ ଲଗାଇବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏହି ଚଳଚ୍ଚିତ୍ର ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବ ବୋଲି ସରକାର କହିଛନ୍ତି।
Powered by Froala Editor