ପୋଲାଣ୍ଡରେ ରୁଷ ରାଷ୍ଟ୍ରଦୂତଙ୍କୁ ନାଲି କାଳି ମାଡ଼
ପୋଲାଣ୍ଡରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ ସର୍ଗେୟି ଆନ୍ଦ୍ରେଭଙ୍କୁ ବିକ୍ଷୋଭକାରୀମାନେ ନାଲି ରଙ୍ଗର କାଳି ମାଡ଼ କରିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି ପାଇଁ ଆୟୋଜିତ ବାର୍ଷିକ ବିଜୟ ଦିବସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ଆନ୍ଦ୍ରେଭଙ୍କ ମୁହଁକୁ ବିକ୍ଷୋଭକାରୀମାନେ କାଳି ମାଡ଼ କରିଛନ୍ତି। ଏହି କାଳିମାଡ଼ର ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଛି। ଏବେ ସୋଶାଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ରୁଷର ବୈଦେଶିକ ମନ୍ତ୍ରାଳୟ ନିନ୍ଦା କରିବା ସହ ଏପରି କାର୍ଯ୍ୟ ଦ୍ବାରା ରୁଷ ଦବିଯିବ ନାହିଁ ବୋଲି କହିଛି । ସେହିପରି ପୋଲାଣ୍ଡ ସରକାର ଆନ୍ଦ୍ରେଭଙ୍କୁ ସୁରକ୍ଷା ଯୋଗାଇନଥିବାରୁ ରୁଷ ତାହାର ସମାଲୋଚନା କରିଛି ।
ସୂଚନା ଅନୁଯାୟୀ, ସୋଭିଏତ ସୈନ୍ୟଙ୍କୁ ସମ୍ମାନ ଜଣାଇବା ପାଇଁ ଆନ୍ଦ୍ରେଭ ଓ ରୁଷର ଗୋଟିଏ ପ୍ରତିନିଧି ମଣ୍ଡଳ ୱାରସରେ ପହଞ୍ଚିଥିଲେ। ହେଲେ ସେମାନେ ସେଠାକୁ ଯାଉଥିବା ବେଳେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ। ପ୍ରଥମେ କିଛି ବିକ୍ଷୋଭକାରୀ ଆନ୍ଦ୍ରେଭଙ୍କ ପଛ ପଟୁ ଜିନିଷ ମାଡ଼ କରିଥିଲେ। ଏହାପରେ ଜଣେ ବିକ୍ଷୋଭକାରୀ ସାମ୍ନା ପଟୁ ହିଁ ତରଳ ନାଲି ରଙ୍ଗକୁ ତାଙ୍କ ମୁହଁକୁ ମାଡ଼ କରିଥିଲେ। ଏହା ଦେଖି ଆନ୍ଦ୍ରେଭ ଅନ୍ୟ ପ୍ରତିନିଧିମାନଙ୍କ ସୁରକ୍ଷାକର୍ମୀଙ୍କ ସହାୟତାରେ ଘଟଣା ସ୍ଥଳରୁ ଚାଲି ଯାଇଥିଲେ।
Powered by Froala Editor