ଡିଜେ ଶବ୍ଦରେ ଯୁବକଙ୍କ ହୃଦ୍ଘାତ
ସାଙ୍ଗ ବାହାଘରରେ ଧୁମ ମଚେଇ ନାଚୁଥିବାବେଳେ ଚାଲିଗଲା ଜୀବନ । ବାହାଘରର ହସଖୁସିର ମାହୋଲ ବିଷାଦରେ ପରିଣତ ହୋଇଗଲା । ଏଭଳି ଅଘଟଣ ଘଟିଛି ମଧ୍ୟପ୍ରଦେଶର ଉଜୈନରେ ।
ଉଜୈନ ନିକଟ ଅମ୍ବୋଦିଆ ଡେମର ବାସିନ୍ଦା ଲାଲ ସିଂ ନିଜ ବନ୍ଧୁ ବିଜୟଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ତାଜପୁର ଆସିଥିଲେ। ବିଜୟଙ୍କ ବରଯାତ୍ରୀ ଯାଉଥିବା ବେଳେ ଲାଲ ସିଂହ ତାଙ୍କ ସାଙ୍ଗମାନଙ୍କ ସହିତ ଡିଜେ ପଛରେ ନାଚି ନାଚି ଯାଉଥିଲେ। ଏହି ସମୟରେ ସେ ମୋବାଇଲରେ ଭିଡିଓ ମଧ୍ୟ କରୁଥିଲେ। ତା’ପରେ ହଠାତ୍ ନାଚିବାବେଳେ ଲାଲ ସିଂ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ଯେତେ ଯିଏ ଉଠାଇଥିଲେ ବି ଲାଲ ସିଂ ଆଉ ଉଠିନଥିଲେ। ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରୁ ତାଙ୍କୁ ଉଜୈନକୁ ପଠାଯାଇଥିଲା। ଉଜୈନରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଡିଜେର ଶବ୍ଦ ଯୋଗୁଁ ସେ ହୃଦଘାତର ଶିକାର ହୋଇଥିବା କହିଥିଲେ।

Powered by Froala Editor