ପୁଣି ବଢିଲା ରନ୍ଧନ ଗ୍ୟାସ ଦର

ନୂଆଦିଲ୍ଲୀ: ଗ୍ରାହକଙ୍କ ଉପରେ ମହଙ୍ଗା ମାଡ । ପୁଣି ବଢିଲା ରନ୍ଧନ ଗ୍ୟାସ ଦର । ଆଜି ସିଲିଣ୍ଡର ପିଛା ୧୦୪ ଟଙ୍କା ବୃଦ୍ଧି ପାଇଛି । ତେବେ ଏହି ଦର ବୃଦ୍ଧି ଘରୋଇ ଏଲପିଜି ଉପରେ ହୋଇନାହିଁ । ବରଂ କମର୍ସିଆଲ ଏଲପିଜି ଉପରେ ହୋଇଛି । ଘରୋଇ ସିଲିଣ୍ଡର ଉପରେ କୌଣସି ବର୍ଦ୍ଧିତ ଦର ଲାଗୁ ହୋଇନଥିବା ସୂଚନା ମିଳିଛି।
ଦର ବୃଦ୍ଧି ହେବା ପରେ ଦିଲ୍ଲୀରେ ସିଲିଣ୍ଡର ପିଛା ଦର ୨୩୩୫ ଟଙ୍କାରେ ପହଞ୍ଚିଛି । ସେହିପରି କୋଲକାତାରେ ୧୯କେଜି କମର୍ସିଆଲ ସିଲିଣ୍ଡରର ଦର୨୪୫୫ଟଙ୍କା ହୋଇଛି । ମୁମ୍ବାଇରେ ଏହାର ଦର ୨୩୦୭ ଟଙ୍କାରେ ପହଞ୍ଚିଥିବାବେଳେ ଚେନ୍ନାଇରେ ଏହାର ୨୫୦୮ଟଙ୍କାରେ ପହଞ୍ଚିଛି । ଏପ୍ରିଲ ପହିଲାରେ ମଧ୍ୟ କମର୍ସିଆଲ ଏଲପିଜି ଦରରେ ବୃଦ୍ଧି ହୋଇଥିଲା । ଗତ ମାସରେ ସିିଲିଣ୍ଡର ପିଛା ୨୮ ଟଙ୍କା ବୃଦ୍ଧି ପାଇଥିବାବେଳେ ଆଜି ପୁଣି ଦର ବୃଦ୍ଧି ହୋଇଥିବାରୁ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି ।
Powered by Froala Editor