ଜ୍ୟାକଲିନ୍ଙ୍କ ୭.୨୭କୋଟିର ସଂପତ୍ତି ଜବତ

ମୁମ୍ବାଇ : ୨୦୦କୋଟି ଟଙ୍କାର ସୁକେଶ ମନି ଲଣ୍ଡ୍ରି ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜ୍ୟାକଲିନଙ୍କ ୭.୨୭କୋଟିର ସଂପତ୍ତି ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ ଜବତ କରିଛି । ପୁଣିଥରେ ତାଙ୍କୁ ପଚରାଉଚରା ପାଇଁ ଜ୍ୟାକଲିନଙ୍କୁ ଇଡି ସମନ କରିପାରେ ବୋଲି ସୂଚନା ମିଳିଛି ।
ଇଡି ମୁତାବକ, ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଜୋରଜବରଦସ୍ତ ଟଙ୍କା ଅସୁଲି କରି ସେହି ଟଙ୍କ୍ୟାରେ ଜ୍ୟାକ୍ଲିନ୍ଙ୍କୁ ୫.୧୭ କୋଟି ଟଙ୍କାର ଗିଫ୍ଟ ଦେଇଥିଲା। କେବଳ ସେତିକି ନୁହେଁ ସୁକେଶ ଜ୍ୟାକ୍ଲିନ୍ଙ୍କ ପରିବାର ଲୋକଙ୍କୁ ମଧ୍ୟ ଟଙ୍କା ପଠାଇଥିଲା। କେବଳ ସେତିକି ନୁହେଁ ଦାମୀ ଗିଫ୍ଟ ସାଙ୍ଗକୁ କାର୍ ଓ ଅନେକ ଜିନିଷ ଦେଇଥିଲା ସୁକେଶ।
ଦୀର୍ଘ ଦିନ ଧରି ଇଡି ରାଡାର୍ରେ ଅଛନ୍ତି ଅଭିନେତ୍ରୀ ଜ୍ୟାକ୍ଲିନ୍। ଯେବେଠାରୁ ତାଙ୍କର ଏବଂ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସମ୍ପର୍କକୁ ନେଇ ଖୁଲାସା ହୋଇଛି ସେବେଠାରୁ ସେ ବିବାଦ ମଧ୍ୟରେ ଘେରି ରହିଛନ୍ତି। ଏହି ମାମଲାରେ ଗତ ଏକ ବର୍ଷ ହେଲା ଇଡି ତଦନ୍ତ ଜାରି ରଖିଛି। ଏଥିସହ ସୁକେଶ ସହ ସମ୍ପର୍କ ଥିବା ନେଇ ଜ୍ୟାକ୍ଲିନ୍ଙ୍କୁ ବହୁବାର ଜେରା ମଧ୍ୟ କରିସାରିଛି ଇଡି।
ଦିଲ୍ଲୀ ଏକ ଜେଲରେ ବନ୍ଦ ଥିବା ସମୟରେ ସୁକେଶ ଜଣେ ମହିଳାଙ୍କଠାରୁ ୨୦୦ କୋଟି ଟଙ୍କା ଠକିଥିଲେ। ସୁକେଶ ଏହି ଚୋରି ଟଙ୍କାରୁ ଜ୍ୟାକଲିନଙ୍କୁ କୋଟି କୋଟି ମୂଲ୍ୟର ଦାମୀ ଉପହାର ଦେଇଥିଲେ। ଏଥିମଧ୍ୟରେ ହୀରା, ଅଳଙ୍କାର, ୫୨ଲକ୍ଷର ଘୋଡା ଭଳି ମହଙ୍ଗା ଗିଫ୍ଟ ସାମିଲ ଅଛି। ଅପରାଧ କରି ସୁକେଶ ଏହି ସମସ୍ତ ଟଙ୍କା ରୋଜଗାର କରିଥିଲା।ଇଡି ଅନୁଯାୟୀ, ବର୍ତ୍ତମାନ ଜ୍ୟାକଲିନଙ୍କ ବିରୋଧରେ ଏହା ହେଉଛି ପ୍ରାରମ୍ଭିକ କାର୍ୟ୍ୟାନୁଷ୍ଠାନ। ଏହି ମାମଲାରେ ଜ୍ୟାକଲିନ ଆହୁରି ଅଧିକ ଫସିପାରନ୍ତି। ଆଗକୁ ଇଡି ଜ୍ୟାକଲିନ୍ ଆହୁରି ଅଧିକ ସମ୍ପତ୍ତି ଜବତ କାରିପାରେ।
Powered by Froala Editor