Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, July 13, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

  • ରାଜ୍ୟସଭାକୁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ...

  • ଫୁଟପାଥରେ ଶୋଇଥିଲେ, ୫ ଜଣଙ୍କ ଉପରେ ...

  • ଆଉ ନାହାନ୍ତି କୋଟା ଶ୍ରୀନିବାସ ରାଓ

  • ଶ୍ମଶାନ ଘାଟରେ ବିଜେପି ନେତାଙ୍କ ରାସଲୀଲା ...

  • ଫିଲ୍ମରୁ ପ୍ରେରଣା : ଏଣିକି ସ୍କୁଲ୍‌ରୁ ...

  • ୧୫ ତାରିଖରେ ପୃଥିବୀକୁ ଫେରିବେ ଶୁଭାଂଶୁ

  • ଲଦାଖଲେ ଦଲାଇ ଲାମା, ଚୀନ୍ ଖପ୍ପା

  • ଦୁର୍ଘଟଣାର ପ୍ରମୁଖ କାରଣ: ହଠାତ୍‍ କାମ ...

  • ନୀତିଶ ସରକାରଙ୍କ ବଡ ଭେଟି: ମାଗଣାରେ ମିଳିବ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଜାତୀୟ ପାଠ୍ୟକ୍ରମ ରୂପରେଖର ଆଧିକାରିକ ନିର୍ଦ୍ଦେଶ ପତ୍ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଜାତୀୟ ପାଠ୍ୟକ୍ରମ ରୂପରେଖର ଆଧିକାରିକ ନିର୍ଦ୍ଦେଶ ପତ୍ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

2022-04-30 06:51:44
13960
Share:
Facebook
Twitter
E-Mail
WhatsApp
Telegram
ଜାତୀୟ ପାଠ୍ୟକ୍ରମ ରୂପରେଖର ଆଧିକାରିକ ନିର୍ଦ୍ଦେଶ ପତ୍ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

- ଜାତୀୟ ଶିକ୍ଷା ନୀତିର କଳ୍ପନା ଏବଂ ଯଥାର୍ଥତାକୁ ବାସ୍ତବ ରୂପ ଦେବା ପାଇଁ ଉଦ୍ୟମ
- ଜାତୀୟ ଶିକ୍ଷା ନୀତି ସିଦ୍ଧାନ୍ତ ହେଲେ ଜାତୀୟ ପାଠ୍ୟକ୍ରମ ରୂପରେଖ ହେଉଛି ପଥ ପ୍ରଦର୍ଶକ ଏବଂ ଆଧିକାରିକ ନିର୍ଦ୍ଦେଶ ପତ୍ର ହେଉଛି ଏହାର ସମ୍ବିଧାନ
- ଆଧିକାରିକ ନିର୍ଦ୍ଦେଶ ପତ୍ର ଆବଶ୍ୟକୀୟ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ବିଉପନିବେଶୀକରଣ କରିବାରେ ଏକ ବିଶେଷ ପଦକ୍ଷେପ
- ଜାତୀୟ ପାଠ୍ୟକ୍ରମ ରୂପରେଖ ପାଇଁ ଦେଶର ନାଗରିକଙ୍କ ମତାମତ ନେବା ଭଳି ଏକ ଆପ୍ ବିକଶିତ କରିବାକୁ ପରାମର୍ଶ

ବେଙ୍ଗାଲୁରୁ/ଭୁବନେଶ୍ୱର - କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଭାରତୀୟ ବିଜ୍ଞାନ ସଂସ୍ଥା (ଆଇଆଇଏସସି), ବେଙ୍ଗାଲୁର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ଶିକ୍ଷା ନୀତିର କଳ୍ପନା ଏବଂ ଯଥାର୍ଥତାକୁ ବାସ୍ତବ ରୂପ ଦେବା ପାଇଁ ପଥ ପରିଷ୍କାର କରୁଥିବା ଜାତୀୟ ପାଠ୍ୟକ୍ରମ ରୂପରେଖ (ଏନସିଏଫ୍‌)ର ଆଧିକାରିକ ନିର୍ଦ୍ଦେଶ ପତ୍ରର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟ ବିଜ୍ଞାନ ସଂସ୍ଥା, ବେଙ୍ଗାଲୁରୁ ସହ ଜଡ଼ିତ ସିଭି ରମଣ, ଡ଼. ହୋମି ଭାବା, ବିକ୍ରମ ସାରାଭାଇ, ଡ଼ା. ଏପିଜେ ଅବଦୁଲ କଲାମଙ୍କ ଭଳି ଅନେକ ପ୍ରତିଭାବାନ ବ୍ୟକ୍ତି ଦେଶର ଭାଗ୍ୟ ପରିବର୍ତନ କରିଛନ୍ତି । ଏଭଳି ଏକ ସ୍ଥାନରେ ଆମର ଭବିଷ୍ୟତର ଦସ୍ତାବିଜକୁ ଶୁଭାରମ୍ଭ କରିବା ଗୌରବର ବିଷୟ । ଯଦି ଜାତୀୟ ଶିକ୍ଷା ନୀତି ହେଉଛି ସିଦ୍ଧାନ୍ତ ତେବେ ଜାତୀୟ ପାଠ୍ୟକ୍ରମ ରୂପରେଖ ବା ଏନସିଏଫ ହେଉଛି ପଥ ପ୍ରଦର୍ଶକ ଏବଂ ଆଜି ଉନ୍ମୋଚିତ ହୋଇଥିବା ଆଧିକାରିକ ନିର୍ଦ୍ଦେଶ ପତ୍ର ହେଉଛି ଏହାର ସମ୍ବିଧାନ ଯାହା ଆମ ଭବିଷ୍ୟତର ସଭ୍ୟତା ଉପରେ ସକରାତ୍ମକ ପ୍ରଭାବ ପକାଇବ । ଏହି ଆଧିକାରିକ ନିର୍ଦ୍ଦେଶାବଳି ଜାତୀୟ ପାଠ୍ୟକ୍ରମ ରୂପରେଖକୁ ବିକଶିତ କରିବାରେ ସାହାଯ୍ୟ କରିବ । ଶିଶୁଙ୍କ ସାମଗ୍ରିକ ବିକାଶ କରିବା ଦକ୍ଷତା ଉପରେ ଗୁରୁତ୍ୱ ଦେବ । ସେହିପରି ଶିକ୍ଷକଙ୍କ କ୍ଷେତ୍ରରେ ଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା, ମାତୃଭାଷାରେ ଶିକ୍ଷାଲାଭ ଏବଂ ସଂସ୍କୃତିର ମୂଳଦୁଆ ଉପରେ ଗୁରୁତ୍ୱ ଦେବ ।

ଏହି ଆଧିକାରିକ ନିର୍ଦ୍ଦେଶ ପତ୍ର ଆବଶ୍ୟକୀୟ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ବିଉପନିବେଶୀକରଣ କରିବାରେ ଏକ ବିଶେଷ ପଦକ୍ଷେପ । ଜାତୀୟ ପାଠ୍ୟକ୍ରମ ରୂପରେଖ ସର୍ବସମ୍ମତ ଏବଂ ବୈଜ୍ଞାନିକ ଫ୍ରେମୱାର୍କ ; ଯାହା ପ୍ରତ୍ୟେକ ଭାରତୀୟଙ୍କ ଆକାଂକ୍ଷାକୁ ପୂରଣ କରିବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ କ୍ରିଟିକାଲ ଥିଙ୍କିଂକୁ ବିକଶିତ କରିବା ପାଇଁ ରାଷ୍ଟ୍ରୀୟ ଶିକ୍ଷା ନୀତି ମାତୃଭାଷା ଏବଂ ଆଂଚଳିକ ଭାଷାରେ ଶିକ୍ଷା ଲାଭ କରିବାକୁ ଗୁରୁତ୍ୱ ଦେଉଅଛି । ସମସ୍ତ ଭାରତୀୟ ଭାଷାକୁ ପ୍ରୋତ୍ସାହନ ଦେବା ପାଇଁ ଆମକୁ ଏକ ଇକୋସିଷ୍ଟମ ତିଆରି କରିବାକୁ ପଡ଼ିବ । ଜାତୀୟ ପାଠ୍ୟକ୍ରମ ରୂପରେଖକୁ ବିକଶିତ କରିବା ନିରନ୍ତର ପ୍ରକ୍ରିୟା ଏବଂ ଏହା ସମାଜର ଦସ୍ତାବିଜ । ରାଷ୍ଟ୍ରୀୟ ଶିକ୍ଷା ନୀତି ଉପରେ ଆଧାରିତ ଏହି ଡକ୍ୟୁମେଂଟ୍ ବିଶ୍ୱର ପ୍ରଗତିଶୀଳ ଅର୍ଥନୀତି ପାଇଁ ଏକ ବେଂଚ୍ ମାର୍କ ସ୍ଥାପନ କରିବ । ଏକ ଗତିଶୀଳ ଓ ପ୍ରଗତିଶୀଳ ନୀତି ବିକଶିତ କରିବା, ଜାତୀୟ ପାଠ୍ୟକ୍ରମ ରୂପରେଖ ପାଇଁ ଦେଶର ନାଗରିକଙ୍କ ମତାମତ କିପରି ଦେବେ ସେ ନେଇ ଏକ ଆପ୍ ବିକଶିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଆଧିକାରିକ ନିର୍ଦ୍ଦେଶ ପତ୍ର ଦ୍ୱାରା ଜାତୀୟ ପାଠ୍ୟକ୍ରମର ରୂପରେଖ ଏନସିଏଫ୍ ବିକଶିତ କରାଯିବ । ଏନସିଏଫକୁ ଏକ ସହଯୋଗୀ ଏବଂ ପରାମର୍ଶ ପ୍ରକ୍ରିୟା ମାଧ୍ୟମରେ ପ୍ରସ୍ତୁତ କରାଯାଉଛି, ଯାହା ଜିଲ୍ଲାରୁ ଆରମ୍ଭ ହୋଇ ରାଜ୍ୟ ସ୍ତର ଏବଂ ପୁନଶ୍ଚ ଜାତୀୟ ସ୍ତର ପର୍ଯ୍ୟନ୍ତ ହେବ । ଜାତୀୟ ପାଠ୍ୟକ୍ରମର ରୂପରେଖର ବିକାଶ ପାଇଁ ସ୍ଥିତି ପତ୍ରର ଗାଇଡଲାଇନ୍ ଏହି ଆଧିକାରିକ ନିର୍ଦ୍ଦେଶ ପତ୍ରର ଏକ ଅଭିନ୍ନ ଅଙ୍ଗ ଅଟେ ।

ଏହି ଅବସରରେ ଜାତୀୟ ପାଠ୍ୟକ୍ରମ ରୂପରେଖର ଜାତୀୟ ସଂଚାଳନ ସମିତିର ଅଧ୍ୟକ୍ଷ ଡା. କେ. କସ୍ତୁରିରଙ୍ଗନ, କର୍ଣ୍ଣାଟକର ଉଚ୍ଚ ଶିକ୍ଷା ମନ୍ତ୍ରୀ ଡା. ଅଶ୍ୱଥନାରାୟଣ ସି.ଏନ., କର୍ଣ୍ଣାଟକର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ଡା. ବି.ସି. ନାଗେଶ, ସ୍କୁଲ୍ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟର ସଚିବ ଶ୍ରୀମତୀ ଅନିତା କରୱାଲ୍ ଏବଂ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ର ନିର୍ଦ୍ଦେଶକ ପ୍ରଫେସର ଡି.ପି. ସକଲାନି ପ୍ରମୁଖ ଉପସ୍ଥିତ ରହିଥିଲେ ।

Powered by Froala Editor

Tags dharmendra pradhan

Related articles Odisha News Lens 4.1

  • ଫିଲ୍ମରୁ ପ୍ରେରଣା : ଏଣିକି ସ୍କୁଲ୍‌ରୁ ହଟିବ ‘ବ୍ୟାକ୍ ବେଞ୍ଚ’, ନୂଆ ଢାଞ୍ଚରେ ହେବ ...
    ଦେଶ-ଦେଶାନ୍ତର

    ଫିଲ୍ମରୁ ପ୍ରେରଣା : ଏଣିକି ସ୍କୁଲ୍‌ରୁ ହଟିବ ‘ବ୍ୟାକ୍ ବେଞ୍ଚ’, ନୂଆ ଢାଞ୍ଚରେ ହେବ ...

    14709
    Jul 12, 2025
  • ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....
    ବିଶେଷ

    ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

    13875
    Jul 13, 2025
  • ଦୁର୍ଘଟଣାର ପ୍ରମୁଖ କାରଣ: ହଠାତ୍‍ କାମ କରିଲାନି ବିମାନର ଦୁଇଟି ଇଞ୍ଜିନ
    ଦେଶ-ଦେଶାନ୍ତର

    ଦୁର୍ଘଟଣାର ପ୍ରମୁଖ କାରଣ: ହଠାତ୍‍ କାମ କରିଲାନି ବିମାନର ଦୁଇଟି ଇଞ୍ଜିନ

    15801
    Jul 12, 2025
  • ନୀତିଶ ସରକାରଙ୍କ ବଡ ଭେଟି: ମାଗଣାରେ ମିଳିବ ୧୦୦ ୟୁନିଟ୍‌ ବିଜୁଳି
    ଦେଶ-ଦେଶାନ୍ତର

    ନୀତିଶ ସରକାରଙ୍କ ବଡ ଭେଟି: ମାଗଣାରେ ମିଳିବ ୧୦୦ ୟୁନିଟ୍‌ ବିଜୁଳି

    15648
    Jul 12, 2025
  • ଶ୍ମଶାନ ଘାଟରେ ବିଜେପି ନେତାଙ୍କ ରାସଲୀଲା ଧରିଲେ ଲୋକ
    ଦେଶ-ଦେଶାନ୍ତର

    ଶ୍ମଶାନ ଘାଟରେ ବିଜେପି ନେତାଙ୍କ ରାସଲୀଲା ଧରିଲେ ଲୋକ

    15063
    Jul 12, 2025
  • ଆଉ ନାହାନ୍ତି କୋଟା ଶ୍ରୀନିବାସ ରାଓ
    ଦେଶ-ଦେଶାନ୍ତର

    ଆଉ ନାହାନ୍ତି କୋଟା ଶ୍ରୀନିବାସ ରାଓ

    15476
    Jul 13, 2025
  • ୧୫ ତାରିଖରେ ପୃଥିବୀକୁ ଫେରିବେ ଶୁଭାଂଶୁ
    ଦେଶ-ଦେଶାନ୍ତର

    ୧୫ ତାରିଖରେ ପୃଥିବୀକୁ ଫେରିବେ ଶୁଭାଂଶୁ

    15691
    Jul 12, 2025
  • ଫୁଟପାଥରେ ଶୋଇଥିଲେ, ୫ ଜଣଙ୍କ ଉପରେ ଚଢ଼ିଗଲା କାର
    ଦେଶ-ଦେଶାନ୍ତର

    ଫୁଟପାଥରେ ଶୋଇଥିଲେ, ୫ ଜଣଙ୍କ ଉପରେ ଚଢ଼ିଗଲା କାର

    15056
    Jul 13, 2025
  • ରାଜ୍ୟସଭାକୁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ରାଜ୍ୟସଭାକୁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କଲେ ରାଷ୍ଟ୍ରପତି

    14807
    Jul 13, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଫିଲ୍ମରୁ ପ୍ରେରଣା : ଏଣିକି ସ୍କୁଲ୍‌ରୁ ହଟିବ ‘ବ୍ୟାକ୍ ବେଞ୍ଚ’, ନୂଆ ଢାଞ୍ଚରେ ହେବ ପାଠପଢା

    14709
    Jul 12, 2025
  • ଦେଶ-ଦେଶାନ୍ତର

    ଆଉ ନାହାନ୍ତି କୋଟା ଶ୍ରୀନିବାସ ରାଓ

    15476
    Jul 13, 2025
  • ଦେଶ-ଦେଶାନ୍ତର

    ଲଦାଖଲେ ଦଲାଇ ଲାମା, ଚୀନ୍ ଖପ୍ପା

    15686
    Jul 12, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16615
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16732
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17045
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15534
    Apr 03, 2021

ବିଶେଷ

  • ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

    13875
    Jul 13, 2025
  • ସମୟର ସଦୁପଯୋଗ କରନ୍ତୁ ଏହିପରି

    14706
    Jul 12, 2025
  • ଔଷଧୀୟ ଗୁଣରେ ଭରପୁର ଅର୍ଜୁନ ଗଛ

    15575
    Jul 12, 2025
  • ଅନେକ ଔଷଧିୟ ଗୁଣରେ ଭରପୁର କ୍ୟାପସିକମ

    14565
    Jul 11, 2025
  • ନିରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

    14722
    Jul 10, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ଛାତ୍ର ଛାତ୍ରୀ

ଭୁବନେଶ୍ୱର:- ଆଦିତ୍ୟ ଆଲୁମିନିୟମ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟକ୍ରମରେ  ମାଟ୍ରିକ ରେ ୭୦% ରୁ ଅଧିକ ମାର୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସାମୁହିକ ପ୍ରତିଭା ସମ୍ମାନ କାର୍ ...

  • ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

    15868
    Jul 04, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    16409
    Jul 01, 2025
  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14056
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15577
    Jun 25, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଫିଲ୍ମରୁ ପ୍ରେରଣା : ଏଣିକି ସ୍କୁଲ୍‌ରୁ ହଟିବ ‘ବ୍ୟାକ୍ ବେଞ୍ଚ’, ନୂଆ ଢାଞ୍ଚରେ ହେବ ପାଠପଢା

    14709
    Jul 12, 2025
  • ଫୁଟପାଥରେ ଶୋଇଥିଲେ, ୫ ଜଣଙ୍କ ଉପରେ ଚଢ଼ିଗଲା କାର

    15056
    Jul 13, 2025
  • ଶ୍ମଶାନ ଘାଟରେ ବିଜେପି ନେତାଙ୍କ ରାସଲୀଲା ଧରିଲେ ଲୋକ

    15063
    Jul 12, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In