ହେଲିକପ୍ଟରରେ ବିବାହ କରିବାକୁ ଗଲା ଚାଷୀ ପୁଅ

ଚାଷୀ ହେଲେ ବି ପୁଅ ବାହାଘର ଏମିତି କରିଛନ୍ତି ଯେ, ଯିଏବି ଦେଖୁଛି ଆଶ୍ଚର୍ଯ୍ୟ ହେଉଛନ୍ତି । କୌଣସି ଦାମୀ କାର୍ରେ ନୁହେଁ ବରଂ ବିବାହ କରିବାକୁ ହେଲିକପ୍ଟରରେ ପୁଅ କନ୍ୟା ଘରକୁ ଯାଇଛି । ମଧ୍ୟପ୍ରଦେଶ ଇନ୍ଦୋର ଜିଲ୍ଲାର ଆରାଣ୍ଡିଆ ଗ୍ରାମର ଚାଷୀ ସଜନ ସିଂ କୁଶୱା ପୁଅ ପାଇଁ ଏପରି କରିଛନ୍ତି ।
ପୁଅର ବିବାହକୁ ସ୍ମରଣୀୟ କରିବା ପାଇଁ ସଜନ ସିଂ କୁଶୱା ହେଲିକପ୍ଟର ସଂସ୍ଥା ସହ ଯୋଗାଯୋଗ କରିଥିଲେ ଆଉ ତାଙ୍କ ପୁଅ ଜୟ ସିଂ କୁଶୱାଙ୍କ ସହ ହେଲିକପ୍ଟର ଯୋଗେ ହାଟୋଡ ନିକଟ ବୁଦାନିଆ ଗାଁକୁ ଯାଇଥିଲେ। ଗୁରୁବାର ଦିନ ବର ସନ୍ଧ୍ୟା ୫ଟାରେ ହେଲିକପ୍ଟରରେ ଆରାଣ୍ଡିଆ ଗାଁରୁ ବାହାରିଥିଲେ । ଆଉ ହେଲିକପ୍ଟର ଦେଖିବାକୁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ । ବରର ପିତାମାତା ମଧ୍ୟ ବର ସହିତ ହେଲିକପ୍ଟରରେ ଯାଇଥିଲେ । କନ୍ୟା ଘର ପାଖ ସ୍କୁଲ ପଡିଆରେ ଯେତେବେଳେ ହେଲିକପ୍ଟର ଓହ୍ଲାଇଥିଲା ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବର ଜୟ ସିଂ କହିଛନ୍ତି ଯେ ପ୍ରତ୍ୟେକ ପିତା ନିଜ ପୁଅର ବିବାହକୁ ସ୍ମରଣୀୟ କରିବା ପାଇଁ ପ୍ରସ୍ତୁତି କରନ୍ତି। କିନ୍ତୁ ତାଙ୍କ ପିତା ଯେଉଁଭଳି ଭାବରେ ହେଲିକପ୍ଟର ବ୍ୟବସ୍ଥା କରିଥିଲେ, ଏହା ତାଙ୍କ ଜୀବନର ସବୁଠାରୁ ଅନନ୍ୟ ଉପହାର ।
Powered by Froala Editor