୨୨ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲା ଦୁର୍ବୃତ୍ତ

ଜମୁଇ : ବିହାରର ଜମୁଇ ଜିଲାରେ ଲୁଟ୍ର ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି। ଜଣେ କାର ଚାଳକ ନିଜ ଗାଡି ଯୋଗେ ଦେବଘରରୁ ନବାଦା ଯାଉଥିଲେ। ଉକ୍ତ ବ୍ୟକ୍ତି ଜଣକ ଏକ ସ୍କୁଲର ପରିଚାଳନାରେ ଦାୟିତ୍ୱରେ ରହିଛନ୍ତି। ତାଙ୍କ କାର ଜମୁଇରେ ପହଞ୍ଚିବା ବେଳେ ଅଜଣା ବ୍ୟକ୍ତି ତାଙ୍କ କାରୁ ମୋବିଲ୍ ପଡୁଛି ବୋଲି କହିଥିଲେ। ଏହାପରେ ବ୍ୟକ୍ତି ଜଣକ କାର ଅଟକାଇବା ପରେ ଉକ୍ତ ଦୁର୍ବୃତ୍ତ କାରରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ଚମ୍ପଟ ହୋଇଯାଇଥିବା ଜଣାପଡିଥିଲା। ବ୍ୟାଗ୍ରେ ପ୍ରାୟ ୨୨ ଲକ୍ଷ ନଗଦ ଟଙ୍କା ଥିଲା ବୋଲି ଜଣାପଡିଛି। ଏହି ଟଙ୍କା ନେଇ ବ୍ୟକ୍ତି ଜଣକ ଘରକୁ ଯାଉଥିଲେ। ଲୁଟ୍ ନେଇ ତୁରନ୍ତ ପୁଲିସକୁ ଖବର ଦେବା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଖପାଖର ସିସିଟିଭ ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି।
ସୂଚନା ଅନୁଯାୟୀ, ଜମୁଇ ଜିଲାର ସିକନ୍ଦରା ଚୌକରେ ଦେବଘରରୁ ଜଣେ ବ୍ୟକ୍ତି ନବାଦା ଯାଉଥିଲେ। ସେହି ସମୟରେ କିଛି ଲୁଟେରା ତାଙ୍କୁ ପିଛା କରି ଗାଡିରୁ ମୋବିଲ ପଡୁଛି ବୋଲି କହି ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ୩ ମାସର ଆଦାୟ ହୋଇଥିବା ଟଙ୍କା ସେ ନେଇ ଫେରୁଥିଲେ।
ବ୍ୟକ୍ତିଙ୍କ କହିବାନୁଯାୟୀ, ତାଙ୍କ କାରରେ ୩ ଜଣ ଥିଲେ। ସିକନ୍ଦରା ଚୌକରେ ଟ୍ରାଫିକ ଅଧିକ ହେବା କାରଣରୁ କାର ଧିରେ ଧିରେ ଗତି କରୁଥିଲା। ସେହି ସମୟରେ ଅଜଣା ବ୍ୟକ୍ତି ଗାଡିରୁ ମୋବିଲ ପଡୁଛି ବୋଲି କହିବାରୁ କିଛି ସେମାନେ କାର ରୋକି ଦେଖୁଥିଲେ। ଏହାର ସୁଯୋଗ ନେଇ ଲୁଟେରା ଟଙ୍କା ବ୍ୟାଗ୍ ଧରି ଫେରାର ହୋଇ ଯାଇଥିଲା।
Powered by Froala Editor