ଲକଡାଉନରେ ଏଚଆଇଭିରେ ସଂକ୍ରମିତ ହୋଇଛନ୍ତି ୮୫ ହଜାର

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣ ପ୍ରାରମ୍ଭରେ (୨୦୨୦-୨୧) ଦେଶରେ ଜାରି ହୋଇଥିଲା ଲକଡାଉନ । ତେବେ ଏହି ସମୟରେ ଦେଶରେ ବଢିଛି ଐଓଠ ସଂକ୍ରମଣ । ଏହି ଅବଧି ମଧ୍ୟରେ ଅସୁରକ୍ଷିତ ଯୌନ ସମ୍ପର୍କ କାରଣରୁ ୮୫ ହଜାରରୁ ଅଧିକ ଭାରତୀୟ ଏଚଆଇଭିରେ ଆକ୍ରାନ୍ତ ହୋଇଥିବା ସୂଚନା ଅଧିକାର ଆଇନରୁ ତଥ୍ୟ ମିଳିଛି ।
ତେବେ ସାରା ଦେଶରେ ୮୫ ହଜାର ଭାରତୀୟ ଆକ୍ରାନ୍ତ ହୋଇଥିବା ବେଳେ ରାଜ୍ୟଓ୍ବାରି ଯଦି ତର୍ଜମା କରାଯାଏ, ତେବେ ମହାରାଷ୍ଟ୍ରରେ ସର୍ବାଧିକ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ୧୦,୪୯୮ ସଂକ୍ରମିତ, ୯,୫୨୧ ସଂକ୍ରମଣ ସହ ଆନ୍ଧ୍ର ପ୍ରଦେଶ ଦ୍ବିତୀୟ, କର୍ଣ୍ଣାଟକ ୮,୯୪୭ ସଂକ୍ରମିତଙ୍କ ସହ ତୃତୀୟ ସ୍ଥାନରେ ରହିଥିଲେ । ସେହିପରି ତା ପଛକୁ ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗରେ ଯଥାକ୍ରମେ ୩,୦୩୭ ଓ ୨,୭୫୭ ସଂକ୍ରମିତ ଚିହ୍ନଟ ହୋଇଥିବା ତଥ୍ୟରୁ ଜଣାପଡିଛି। ମଧ୍ୟପ୍ରଦେଶର ଜଣେ ସୂଚନା ଅଧିକାର କର୍ମୀ ଏହି ପ୍ରସଙ୍ଗରେ ଜାତୀୟ ଏଡସ ନିୟନ୍ତ୍ରଣ ସଂଗଠନ ଠାରୁ ସୂଚନା ଅଧିକାର ଆଇନ ବଳରେ ଏହି ସୂଚନା ମାଗିଥିଲେ । ତେବେ ବୋର୍ଡ ପକ୍ଷରୁ ଏହି ତଥ୍ୟ ତାଙ୍କୁ ପ୍ରଦାନ କରାଯାଇଛି ।
Powered by Froala Editor