ଠାକୁରଙ୍କ ପାଇଁ ଏସି, କୁଲର
ଗୟା : ଅସହ୍ୟ ଗୀଷ୍ମପ୍ରବାହରେ ସାଧାରଣ ଜନାତା ଆଉଟୁପାଉଟ ହେଉଥିଲୋବେଳେ ଘରେ ପଙ୍ଖା ଚାଲୁ ନାହିଁ । ତେବେ ମନ୍ଦିର ଠାକୁର ମୂର୍ତ୍ତି ପାଇଁ ଲାଗୁଛି ଶୀତତାପ ନିୟନ୍ତ୍ରଣ ଯନ୍ତ୍ର (ଏସି) ବିହାରର ଗୟାଠାରେ ଏଭଲି ଦୃଶ୍ୟ ଲକ୍ଷ୍ୟ କରାଯାଇଛି । ରାଜ୍ୟରେ ୧୪ଟି ଜିଲ୍ଲାରେ ସମ୍ପ୍ରତି ୪୦ଡିଗ୍ରୀ ଉପରେ ଉତ୍ତାପ । ଏଭଲି ସ୍ଥିତିରେ ଗୟାସ୍ଥିତ ଇସ୍କନ ମନ୍ଦୀରରେ ରାଧା-କୃଷ୍ଣ ଓ ଜଗନ୍ନାଥ ପାଇଁ ଏସି ଓ କୁଲର ଇତ୍ୟାଦି ଲଗାଯାଇଛି ।
ଇସ୍କନ ମନ୍ଦିରର ମୁଖ୍ୟ ଜଗଦୀସ ସ୍ୟାମ ଦାସଙ୍କ କହିବା ଅନୁସାରେ ଏଠାରେ ଲାଗିଥିବା ଏସି, କୁଲର ଓ ପଙ୍ଖା କେବଳ ଠାକୁରଙ୍କ ପାଇଁ ନୁହନ୍ତି ଏଥିରେ ଭକ୍ତ ମଧ୍ୟ ଉପକୃତ ହେଉଛନ୍ତି । ଠାକୁର ସୁସ୍ଥ ଓ ଆରାମରେ ରହିବା ଆବଶ୍ୟକ । ଏହା ଭକ୍ତିଭାବର ବିଷୟ ଅଟେ ।
Powered by Froala Editor