ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଏବଂ ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀ ସମେତ ୩୩ ଜଣଙ୍କ ବିରୋଧରେ ପ୍ରାୟ ୧୨୦୦୦ ପୃଷ୍ଠା ବିଶିଷ୍ଟ ଚାର୍ଜସିଟ ଦାଖଲ କରାଯାଇଛି । ମାମଲାର ଯାଞ୍ଚ କରୁଥିବା central anti-drug agency ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗତ ଶୁକ୍ରବାର ମୁମ୍ବାଇ ସେସନ୍ସ କୋର୍ଟର ସ୍ପେଶାଲ ଏନଡିପିଏସ କୋର୍ଟରେ ଏକ ଚାର୍ଜସିଟ ଦାଖଲ କରିଛି ।
ଯେଉଁମାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି ସେମାନଙ୍କ ମଧ୍ୟରୁ ୮ ଜଣ ଏବେ ମଧ୍ୟ ନ୍ୟାୟିକ ହେପାଜତରେ ଅଛନ୍ତି । ଅନ୍ୟମାନଙ୍କୁ କୋର୍ଟରୁ ଜାମିନ ମିଳିଛି । ଏହି ମାମଲାରେ ଅନେକଙ୍କ ସମ୍ପୃକ୍ତି ନେଇ ତଦନ୍ତ ଚାଲିଥିବା କୋର୍ଟକୁ ସୂଚନା ଦେଇଛି ନାର୍କୋଟିକ୍ସ ବ୍ୟୁରୋ ।ଏନସିବି ସୂଚନା ଅନୁଯାୟୀ, ତଦନ୍ତ ବେଳେ ଅନେକ ପ୍ରକାରର ଡ୍ରଗ୍ସ,ସାଇକୋଟ୍ରୋପିକ ପଦାର୍ଥ , ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ ଏବଂ ଭାରତ ସମେତ ଅନ୍ୟ ଦେଶର ମୁଦ୍ରା ଜବତ କରାଯାଇଛି । ଜବତ ହୋଇଥିବା ଡ୍ରଗ ଗୁଡ଼ିକୁ ପରୀକ୍ଷଣ ପାଇଁ ପଠାଯାଇଛି । ସେମାନଙ୍କଠାରୁ ମିଳିଥିବା ପ୍ରମାଣ ( କଲ ରେକର୍ଡିଂ, ହ୍ବାଟ୍ସଆପ ଚାର୍ଟିଂ, ବ୍ୟାଙ୍କ ଆକାଉଣ୍ଟ ବିବରଣୀ) ଆଧାରରେ ତଦନ୍ତ କରାଯାଉଥିବା ଏନସିବି ପକ୍ଷରୁ କୁହାଯାଇଛି।
Powered by Froala Editor