ପୁରୀ ସାଂସଦଙ୍କୁ ଆକ୍ଷେପ କରି ଏହା କହିଲେ ଅପରାଜିତା
ପୁରୀ: ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ସାଂସଦ ଅପରାଜିତା ଷଡଙ୍ଗୀ ପୁରୀ ଯାଇଛନ୍ତି । ପୁରୀ ଯିବାବେଳେ ସାଂସଦ ଅପରାଜିତାଙ୍କ ଗାଡିକୁ ଚନ୍ଦନପୁର ପାଖରେ ପୋଲିସ୍ ରୋକିଥିଲା ।
ଏହାରି ଭିତରେ ଅପରାଜିତା ନିଜ ପ୍ରତିକ୍ରିୟାରେ କହିଛନ୍ତି, ସେ ଏକଲା ପାଦରେ ଚାଲିକି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଚାହୁଁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଦଯାତ୍ରା ପାଇଁ ଅନୁମତି ମଗା ଯାଇନଥିଲା ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ନେବାର କୌଣସି ଦରକାର ପଡିବ ନାହିଁ । ଯଦି ସରକାର ସତମାର୍ଗରେ ଅଛନ୍ତି, ଯଦି କିଛି ଲୁଚାଇବାର ନାହିଁ, ତାହେଲେ ଏତେ ଡର କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାଭିତରେ ପୁରୀ ସାଂସଦଙ୍କୁ ଟାର୍ଗେଟ କରି ଅପରାଜିତା, ଏଏସଆଇ ଅନୁମତି ବିନା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଦେଉଛି କି ଓ ନିଷିଦ୍ଧାଞ୍ଚଳରେ ୩୦ଫୁଟ ଗାତ ଖୋଳିବାକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଛନ୍ତି । କେଉଁ ଇଂଜିନିୟର ଓ ବିଶେଷଜ୍ଞ ୩୦ଫୁଟ ଗାତ ପାଇଁ ଅନୁମତି ଦେଲେ ବୋଲି ସେ କହିଛନ୍ତି ।
ଯେତେବେଳେ ମନ୍ଦିର ଉପରେ ବିମାନ ଉଡିବା, ପାଖରେ ବଡ ଗାଡି ଚାଳନା ମନା, ତାହେଲେ ଜେସିବି ଦ୍ୱାରା ଗାତ ଖୋଳିବାକୁ ଅନୁମତି ମିଳିଲା କିପରି ବୋଲି ସେ ପଚାରିଛନ୍ତି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, କେଉଁଠି ଟି ଓ ଟ୍ରାନ୍ସାପାରେନ୍ସି ଅଛି ବୋଲି ପଚାରିବାକୁ ଚାହୁଁଛି । ଅପରାଜିତା ପୁରୀ ସାଂସଦଙ୍କୁ ଆକ୍ଷେପ କରି କହିଛନ୍ତି ଯଦି ପୁରୀ ସାଂସଦ ଏନେଇ ଜାଣିପାରିବେନି, ଲୋକେ ଜାଣିବେ କିପରି ଓ କ’ଣ ହେଲା ଯେ, ଶେଷରେ ଗଜପତିଙ୍କ ସାହାରା ନେବାକୁ ପଡିଲା ।
ସେ ଗଜପତିଙ୍କ ମନ୍ତବ୍ୟ ଉପରେ କିଛି ମନ୍ତବ୍ୟ ଦେବାକୁ ଚାହୁଁନାହାନ୍ତି ଓ ଏନେଇ ଏଏସଆଇ ମତାମତ ଦରକାର ବୋଲି କହିଛନ୍ତି । ସେ କହିଛନ୍ତି ବିକାଶ ଓ ସୌନ୍ଦର୍ଯ୍ୟକରଣକୁ ସେ ସମର୍ଥନ କରୁଛନ୍ତି । ଆଇନ ପରିସରରେ ରହି ମନ୍ଦିରରେ ସୁରକ୍ଷା ଦେଖି ନିର୍ମାଣ ହେଉ ବୋଲି ସେ ପ୍ରତିକ୍ରିୟା ଦେଉଛନ୍ତି ।
Powered by Froala Editor