ସରକାର ଯଦି ସତମାର୍ଗରେ ଅଛନ୍ତି, ଏତେ ଭୟ କାହିଁକି: ଅପରାଜିତା
ପୁରୀ: ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ସାଂସଦ ଅପରାଜିତା ଷଡଙ୍ଗୀ ପୁରୀ ଯାଇଛନ୍ତି । ଏଥିପାଇଁ ସରକାରଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୁରୀ ଯିବାବେଳେ ସାଂସଦ ଅପରାଜିତାଙ୍କ ଗାଡିକୁ ଚନ୍ଦନପୁର ପାଖରେ ପୋଲିସ୍ ରୋକିଥିଲା ।
ଏହାରି ଭିତରେ ଅପରାଜିତା ନିଜ ପ୍ରତିକ୍ରିୟାରେ କହିଛନ୍ତି, ସେ ଏକଲା ପାଦରେ ଚାଲିକି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଚାହୁଁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଦଯାତ୍ରା ପାଇଁ ଅନୁମତି ମଗା ଯାଇନଥିଲା ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ନେବାର କୌଣସି ଦରକାର ପଡିବ ନାହିଁ । ଯଦି ସରକାର ସତମାର୍ଗରେ ଅଛନ୍ତି, ଯଦି କିଛି ଲୁଚାଇବାର ନାହିଁ, ତାହେଲେ ଏତେ ଡର କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏହା ସହିତ ସେ କହିଛନ୍ତି, ‘ମୁଁ କେବଳ ଶ୍ରୀମନ୍ଦିର ସୁରକ୍ଷା କଥା କହିଛି, ମୋର ଯାହା କହିବାର କଥା ଲୋକସଭାରେ କହିସାରିଛି’ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ବିଜେପିର ଦଳୀୟ କାର୍ଯ୍ୟକ୍ରମ ନୁହେଁ, ସବୁ ଦଳର ଲୋକ ଆସିଛନ୍ତି । ଚନ୍ଦନପୁରରେ ପୋଲିସ୍ ତାଙ୍କ ଗାଡିକୁ ଅଟକାଇବା ପରେ ପ୍ରଶାସନିକ ଅଧିକାରୀଙ୍କ ସହ ସାଂସଦ ଅପରାଜିତା ଆଲୋଚନା କରିଥିଲେ । ଏହାପରେ ପାଦରେ ଚାଲିଚାଲି ଶ୍ରୀମନ୍ଦିର ଯାଉଛନ୍ତି ଅପରାଜିତା ।
Powered by Froala Editor