କନଷ୍ଟେବଲଙ୍କୁ ଆକ୍ରମଣ କରି ଅଭିଯୁକ୍ତକୁ ଛଡାଇ ନେଲେ ମାଫିଆ
ବାଲେଶ୍ୱର: ବାଲେଶ୍ୱର ଖଇରାରେ କେନ୍ଦ୍ରାଞ୍ଚଳ ଅବକାରୀ ସ୍କ୍ୱାର୍ଡ କନେଷ୍ଟବଲଙ୍କୁ ମାଫିଆମାନେ ଆକ୍ରମଣ କରିଛନ୍ତି । ତୁଡିଗଡିଆରେ ଚଢାଉ କରି ଫେରୁଥିବା ବେଳେ ମଦ ମାଫିଆ କନଷ୍ଟେବଲ ବସନ୍ତ ମଲ୍ଲିକଙ୍କୁ ଭୟଙ୍କର ଆକ୍ରମଣ କରିଥିଲେ । ୮ରୁ ୧୦ ଜଣ ମାଫିଆ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡାଇନେଇଛନ୍ତି । ଏହା ସହିତ ଏହି ଆକ୍ରମଣରେ କନଷ୍ଟେବଲ ବସନ୍ତ ମଲ୍ଲିକ ଗରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଡାକ୍ତଖାନାରେ ଭର୍ତ୍ତି କରାଯାଇଛି ।
ଆକ୍ରମଣମକାରୀ ଅଭିଯୁକ୍ତଙ୍କୁ ଛଡାଇ ନେବା ସହ ଜବତ ମଦ ଓ ଗାଡି ନେଇ ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ବସନ୍ତ ମଲ୍ଲିକଙ୍କୁ ପ୍ରଥମେ ଖଇରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
Powered by Froala Editor