ରଥ ଟଣା ବେଳେ ବିଦ୍ୟୁତ୍ ଆଘାତରେ ଚାଲିଗଲା ୧୦ ଜୀବନ

ଚେନ୍ନାଇ: ତାମିଲନାଡ଼ୁର ତଞ୍ଜାବୁର ଜିଲ୍ଲାର କାଲିମେଡ୍ଡସ୍ଥିତ ଏକ ମନ୍ଦିରରେ ଆଜି ସକାଳୁ ଘଟିଯାଇଛି ହୃଦୟ ବିଦାରକ ଘଟଣା। ମନ୍ଦିରର ରଥ ଟଣା କାର୍ୟ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ସାମିଲ ହୋଇଥିବା ବେଳେ ବିଦ୍ୟୁତ୍ ଆଘାତରେ ୧୦ ଜଣଙ୍କ ଜୀବନହାନୀ ହୋଇଛି। ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ବହୁ ଶ୍ରଦ୍ଧାଳୁ ଗୁରୁତର ହୋଇଛନ୍ତି।
କାଲିମେଡ୍ଡସ୍ଥିତ ଏକ ମନ୍ଦିରରେ ଉପ୍ପର ଗୁରୁପୂଜାଇ ଉତ୍ସବ ପାଳନ ହେଉଥିଲା । ଏହି ଉତ୍ସବରେ ସାମିଲ ହେବାକୁ ମଙ୍ଗଳବାର ରାତିରୁ ହିଁ ମନ୍ଦିରରେ ଭିଡ଼ ଜମିବାରେ ଲାଗିଥିଲା। ବୁଧବାର ସକାଳୁ ସକାଳୁ ମନ୍ଦିରରୁ ଏକ ରଥ ଯାତ୍ରା ବାହାରିଥିଲା। ଏଥିରେ ବହୁ ଭକ୍ତ ସାମିଲ ହୋଇଥିଲେ। ରଥ ଟାଣିବା ସମୟରେ ରଥଟି ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୨ ଛୋଟ ଛୁଆଙ୍କ ସମେତ ସମୁଦାୟ ୧୦ ଜଣଙ୍କ ମୃତ୍ୟୁ ହୋଇଛି।
Powered by Froala Editor