ବିଦ୍ୟାଳୟ ନାମ ଲେଖା ନେଇ ବଡ଼ ଘୋଷଣା :ମାଗଣାରେ କେଭିରେ ପଢ଼ିବେ କୋଭିଡ଼ ଅନାଥ

ଭୁବନେଶ୍ୱର : କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ବିଦ୍ୟାଳୟ ନାମ ଲେଖା ନେଇ ବଡ଼ ଘୋଷଣା କରିଛନ୍ତି । କୋଭିଡ଼ରେ ପିତାମାତାଙ୍କୁ ହରାଇଥିବା ଅନାଥମାନେ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ିପାରିବେ । ସେମାନଙ୍କୁ ମାଗଣାରେ ପାଠପଢ଼ା ଯିବବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଜରିଆରେ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖା ଓ ପାଠପଢ଼ା ହେଉଛି । ପୂର୍ବରୁ ଏହି ବିଦ୍ୟାଳୟଗୁଡ଼ିକରେ ନାମ ଲେଖା ପାଇଁ ରାଜ୍ୟସଭା ଓ ଲୋକସଭା ସାଂସଦମାନଙ୍କୁ ସ୍ୱତନ୍ତ୍ର ଭାବେ ୧୦ଟି ଲେଖାଏଁ କୋଟା ଦିଆଯାଉଥିଲା । ସେହିପରି ଜିଲ୍ଳାପାଳ, ଅନ୍ୟ କେତେକ ଅଧିକାରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ନାମଲେଖା ପାଇଁ ସୁପାରିଶ କରିପାରୁଥିଲେ । କିନ୍ତୁ ତାହାକୁ କେନ୍ଦ୍ର ସରକାର ଉଚ୍ଛେଦ କରିଦେଇଛନ୍ତି । ତେବେ ନୂତନ ଭାବେ କୋଭିଡ଼ ଅନାଥମାନଙ୍କୁ ପାଠପଢ଼ିବାର ସୁଯୋଗ ଦେବା ନିମନ୍ତେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।
ପିଏମ କେୟାରସ ଯୋଜନା ଜରିଆରେ ଏହି ଅନାଥମାନେ ସେଠାରେ ପଢ଼ିପାରିବେ । ଜିଲ୍ଲାପାଳମାନଙ୍କ ସୁପାରିଶ ଆଧାରରେ ଏହି ବିଦ୍ୟାଳୟରେ ନାମଲେଖା ହେବ । ପ୍ରତି କେଭି ପାଇଁ ଜିଲ୍ଲାପାଳମାନେ ୧୦ ଜଣଙ୍କ ନାମ ସୁପାରିଶ କରିପାରିବେ । ସେହିପରି ଗୋଟିଏ ଶ୍ରେଣୀ ନିମନ୍ତେ ମାତ୍ର ୨ ଜଣଙ୍କ ନାମ ସୁପାରିଶ କରାଯିବ । ସେଠାରେ ପିଲାମାନଙ୍କୁ ଟ୍ୟୁସନ ଫି’, କମ୍ପ୍ୟୁଟର ଫି ଭଳି କେତେକ ଫି’ ଛାନ କରାଯିବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅନାଥ ପିଲାମାନେ ନାମ ଲେଖାଇପାରିବେ ବୋଲି ଗାଇଡ଼ଲାଇନ ଜାରି କରାଯାଇଛି ।
Powered by Froala Editor