ବ୍ରାଉନ ସୁଗାର ଜବତ, ଦୁଇ ବେପାରୀ ଗିରଫ

ଜଳେଶ୍ୱର: ୪ ଲକ୍ଷ ୨୦ ହଜାର ଟଙ୍କାର ବ୍ରାଉନ ସୁଗାର ଜବତ । ଦୁଇ ବ୍ରାଉନ ସୁଗାର ବେପାରୀ ଗିରଫ । ଗିରଫ ଦୁଇ ଜଣ ହେଲେ ରାମଚନ୍ଦ୍ରପୁର ଅଞ୍ଚଳର ସେକ ରାସକୋ ଏବଂ ସମନାଥପୁର ଅଞ୍ଚଳର ନାହିୟା ପ୍ରଫୁଲ ଦାସ ।
ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲାରେ ବ୍ରାଉନସୁଗାର କାରବାର ପୋଲିସର ମୁଣ୍ଡ ବିନ୍ଧାର କାରଣ ସାଜିଛି । ଆଜି ସକାଳ ପ୍ରାୟ ୬ଟା ସମୟରେ ବସ୍ତା ଥାନା ୬୦ନଂ ଜାତୀୟ ରାଜପଥ ହଳଦୀ ପଦା ବାଇପାସ ପୋଲ ନିକଟରେ ବ୍ରାଉନ ସୁଗାର ନେଣଦେଣ ହେଉଥିଲା ବେଳେ କୌଣସି ସୂତ୍ରରୁ ଖବର ପାଇ ବସ୍ତା ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ୪୨ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ଦୁଇ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରି କୋର୍ଟ ପଠାଇଛି ବସ୍ତା ପୋଲିସ ।
Powered by Froala Editor