କରୋନାକୁ ନେଇ ଏହି ରାଜ୍ୟଗୁଡିକୁ ଆଲର୍ଟ କଲା କେନ୍ଦ୍ର

ନୂଆଦିଲ୍ଲୀ : ଦେଶରେ ପୁଣି ଥରେ ବଢୁଥିବା କରୋନା ମାମଲା ଚିନ୍ତାର ବିଷୟ ପାଲଟିଛି । ଏମିତିରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛି । କେନ୍ଦ୍ର ପକ୍ଷରୁ ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର ଏବଂ ମିଜୋରାମକୁ ଅଲର୍ଟ କରାଯାଇଛି । କେନ୍ଦ୍ର ସରକାର କହିଛନ୍ତି ଯେ, ଏହି ରାଜ୍ୟ ସବୁ କେଉଁଠି ବି ହେଉଥିବା କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ଦିଗରେ ଶକ୍ତ ପଦକ୍ଷେପ ନିଅନ୍ତୁ । ଚିନ୍ତାଜନକ ଅଞ୍ଚଳରେ ଦରକାର ପଡିଲେ ପ୍ରଥମରୁ ହିଁ ଶକ୍ତ ପଦକ୍ଷେପ ନେବାକୁ ପ୍ରସ୍ତୁତ ରୁହନ୍ତୁ ।
କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠିରେ ଦିଲ୍ଲୀ ଏବଂ ୪ ରାଜ୍ୟକୁ ଯାଞ୍ଚ, ପରିଚୟ, ଉପଚାର, ଟିକାକରଣ ଏବଂ କୋଭିଡ୍ ଉପଯୁକ୍ତ ବ୍ୟବହାର ପାଳନର ପଞ୍ଚସୂତ୍ରୀ ରଣନୀତି ପାଳନ କରିବାର ପରାମର୍ଶ ଦେଇଛନ୍ତି । ଏହାସହ ଭିଡ ସ୍ଥାନରେ ମାସ୍କ ପିନ୍ଧିବା ଉପରେ ବିଶେଷ ଧ୍ୟାନ ଦେବାକୁ ଚିଠିରେ କୁହାଯାଇଛି ।
ଚିଠିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏହା ଜରୁରୀ ଯେ ରାଜ୍ୟଗୁଡିକ କଡା ସଚେତନତା ରକ୍ଷା କରିବା ଏବଂ କରୋନା ଭାଇରସ୍ ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ଚିନ୍ତାଜନକ ସ୍ଥାନରେ ଦରକାର ପଡିଲେ ପଦକ୍ଷେପ ନିଅନ୍ତୁ । କୌଣସି ସ୍ତରରେ ଅବହେଳା ଏପର୍ୟ୍ୟନ୍ତର କୋଭିଡ୍ ପରିଚାଳନାରେ ହାସଲ କରିଥିବା ସଫଳତାକୁ ଧୂଳିସାତ୍ କରିଦେବ ।
Powered by Froala Editor