ଟ୍ରାକ୍ଟର ଚକା ଫାଟି ଡ୍ରାଇଭର ମୃତ, ମାଲିକ ଗୁରୁତର

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ, ନନ୍ଦିପଦା ଥାନା ଶାସଙ୍ଗ ଛକ ନିକଟରେ ଏକ ଅଘଟଣ ଘଟିଛି । ଏକ ମୋଟର ଟାୟାର ମରାମତି ଦୋକାନକୁ ଅସିଥିବା ଟ୍ରାକ୍ଟରର ଚକା ଫାଟି ଯିବା କାରଣରୁ ଘଟଣା ସ୍ଥଳରେ ଡ୍ରାଇଭରର ମୃତ୍ୟୁ ଘଟିଥିବା ବେଳେ ଟ୍ରାକ୍ଟର ମାଲିକ ଗୁରୁତର ହୋଇଛନ୍ତି । ଉଭୟ ଡ୍ରାଇଭର ମାଧବ ଜେନା ଓ ମାଲିକଙ୍କ ସଞ୍ଜିବ୍ ସେଠୀଙ୍କ ଘର ଆନନ୍ଦପୁର ଥାନା ତରଭା ଗ୍ରାମରେ ହୋଇଥିବା ଜଣାପଡିଛି ।
ସଞ୍ଜିବ ସେଠୀଙ୍କ ଟ୍ରାକ୍ଟରରେ ମାଧବ ଜେନା ଚାଳକ ଭାବେ କାମ କରନ୍ତି। ଆଜି ଉଭୟ ଟ୍ରାକ୍ଟର ଚକା ମରାମତି କରିବା ପାଇଁ ଶାସଙ୍ଗ ଛକରେ ଥିବା ଏକ ଗ୍ୟାରେଜକୁ ଯାଇଥିଲେ। ସେଠାରେ ଟ୍ରାକ୍ଟର ଚକରେ ପ୍ରେସର ଦେଲା ବେଳେ ବିସ୍ଫୋରଣ କରିଥିଲା। ଫଳରେ ଘଟଣା ସ୍ଥଳରେ ଟ୍ରାକ୍ଟର ଚାଳକ ମାଧବ ଜେନାଙ୍କ ମୃତ୍ୟୁ ଘଟିଥିଲା ବେଳେ ମାଲିକ ସଞ୍ଜିବ ସେଠୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସଞ୍ଜିବଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।
Powered by Froala Editor