ସରକାରଙ୍କ ବଡ଼ ନିଷ୍ପତ୍ତି: ବିନା ଅନୁମତିରେ ଧାର୍ମିକ ସ୍ଥଳୀରେ ଲାଉଡସ୍ପିକରକୁ ନା

ମୁମ୍ବାଇ: ଧାର୍ମିକ ସ୍ଥାନରେ ଲାଉଡ ସ୍ପିକର ଲଗାଇବା ପରିପ୍ରେକ୍ଷୀରେ ମହାରାଷ୍ଟ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଘୋଷଣା ଅନୁଯାୟୀ ବିନା ଅନୁମତିରେ କୌଣସି ଧାର୍ମିକ ସ୍ଥଳୀରେ ଲାଉଡ ସ୍ପିକର ଲଗାଯାଇ ପାରିବ ନାହିଁ। ଏଥିପାଇଁ ପୋଲିସର ଅନୁମତି ନେବାକୁ ପଡ଼ିବ ।
ଗତ ମେ ୩ତାରିଖ ପରେ ମସଜିଦରୁ ଲାଉଡ ସ୍ପିକର ହଟାଇବା ପାଇଁ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ଚେତାବନୀ ଦେଇଥିଲେ। ଯେଉଁ ଦାବିକୁ ଆଧାର କରି ମହାରାଷ୍ଟ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବିନା ଅନୁମତିରେ କୌଣସି ଧାର୍ମିକ ସ୍ଥାନରେ ଲାଉଡ ସ୍ପିକର ଲଗାଇବା ନିଷେଧ ରହିଛି । ଯଦିଓ ଲାଉଡ ସ୍ପିକର ଲଗାଯାଏ, ତେବେ ପୋଲିସ ପ୍ରଶାସନ ପାଖରୁ ଅନୁମତି ଆଣିବାକୁ ହେବ । ସୂଚନାନୁସାରେ, ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲ୍ଲୀପ ବାଲସେ ପାଟିଲ ଖୁବ ଶୀଘ୍ର ଡିଜିପିଙ୍କ ସହ ବୈଠକ କରିବେ ଏବଂ ବିନା ଅନୁମତିରେ ଲାଉଡ ସ୍ପିକର ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Powered by Froala Editor