ଆଫଗାନିସ୍ତାନ ଖୋଷ୍ଟରେ ଏୟାର୍ ଷ୍ଟ୍ରାଇକ୍ , ୩୦ ଜଣଙ୍କ ମୃତ୍ୟୁ

ପାକିସ୍ତାନ ଆଫଗାନିସ୍ତାନ ଉପରେ ଏୟାର୍ ଷ୍ଟ୍ରାଇକ୍ କରିଛି। ଏପ୍ରିଲ ୧୫ ତାରିଖ ରାତିରେ ପାକିସ୍ତାନ ଆଫଗାନିସ୍ତାନର ଖୋଷ୍ଟ ଅଞ୍ଚଳରେ ଏୟାର୍ ଷ୍ଟ୍ରାଇକ୍ କରିଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ମହିଳା ଓ ଶିଶୁଙ୍କ ସହିତ ପାଖାପାଖି ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ଖୋଷ୍ଟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଶୁକ୍ରବାର ରାତି ଅର୍ଥାତ ଏପ୍ରିଲ ୧୫ ତାରିଖରେ ଖୋଷ୍ଟ ପ୍ରୋଭିଡେନନ୍ସର ସ୍ପୁର ଜିଲ୍ଲାରେ ପାକିସ୍ତାନ ଯୁଦ୍ଧ ବିମାନ ଟାର୍ଗେଟ ହିଟ୍ କରିଛି। ପ୍ରାୟ ୨୬ ଟି ପାକ୍ ଯୁଦ୍ଧ ଜାହାଜ ଏହି ଅଞ୍ଚଳର ମିରପାର, ମନ୍ଦେହ, ଶାଇଦି ଏବଂ କାଇ ଗାଁଗୁଡ଼ିକୁ ଟ୍ରାର୍ଗେଟ୍ କରି ବୋମା ବର୍ଷାଇଥିଲେ। ଆକ୍ରମଣ ନେଇ ଖୋଷ୍ଟ ଅଞ୍ଚଳର ତାଲିବାନ ପୁଲିସ ମୁଖ୍ୟଙ୍କର ପ୍ରବକ୍ତା ମୋସ୍ତଘଫର ଗେର୍ବ୍ଜୋ ୮ ସୋଭ ନ୍ୟୁଜ୍ ପେପର୍କୁ ସୂଚନା ଦେଇଛନ୍ତି। ତେବେ ପାକିସ୍ତାନ ସରକାର କିମ୍ବା ଆଫଗାନିସ୍ତାନ ବୈଦେଶକି ମନ୍ତ୍ରଣଳାୟ ପକ୍ଷରୁ ସରକାରୀ ଭାବେ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ।
Powered by Froala Editor