ଆନ୍ଧ୍ରପ୍ରଦେଶରେ ଭୟାବହ ଅଗ୍ନିକାଣ୍ଡ: ୬ ମୃତ, ୧୩ ଆହତ

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଭୟାବହ ଅଗ୍ନିକାଣ୍ଡ । ଏଲୁରୁ ଜିଲ୍ଲାର ଆକ୍କିରେଡିଗୁଡେମର ପୋରୁସ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଥିବା ସୂଚନା । ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ।
ସୂଚନାଅନୁସାରେ, ଏଲୁରୁ ଜିଲ୍ଲାର ୟୁନିଟ ୪ରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡରେ ୫ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣକୁ ଡାକ୍ତଖାନାକୁ ସ୍ଥାନାନ୍ତର କରିବା ସମୟରେ ମୃତ୍ୟୁ ଘଟିଛି । ୧୩ ଜଣ ଆହାତଙ୍କୁ ଉଦ୍ଧାରକରି ନୁଜିଭେଡୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସେଥିମଧ୍ୟରୁ କେତେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବିଜୟୱାଡାକୁ ସ୍ଥାନାନ୍ତର କରାଯାଇଛି ।ଅଗ୍ନିକାଣ୍ଡ ସମୟରେ ଫ୍ୟାକ୍ଟ୍ରି ଭିତରେ ୧୫୦ ଜଣ କର୍ମଚାରୀ କାର୍ୟ୍ୟ କରୁଥିବା ନେଇ ସୂଚନା ରହିଛି । ଖବରପାଇ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
Powered by Froala Editor