କରୋନା ଗାଇଡ଼ଲାଇନ ଉଲ୍ଲଂଘନ, ଜରିମାନା ଦେବେ ପ୍ରଧାନମନ୍ତ୍ରୀ
ଲଣ୍ଡନ : ପ୍ରଧାନମନ୍ତ୍ରୀ ବି ଦେବେ ଜରିମାନା । ଏକଥା ଶୁଣିଲେ ଆପଣମାନେ ନିଶ୍ଚିତ ଭାବେ ଚକିତ ହେଉଥିବେ । କାହିଁକିନା ଆମ ଦେଶରେ ଏମିତିକା ନଜିର ଦେଖିବାକୁ ମିଳେନାହିଁ । ତେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କରୋନା ଗାଇଡ଼ଲାଇନ ଉଲ୍ଲଂଘନ କରୁଥିବାରୁ ତାଙ୍କୁ ଜରିମାନା ଦେବାକୁ ପଡ଼ିବ ।
ବ୍ରିଟିଶ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ବ୍ରିଟେନରେ ଦେଶବ୍ୟାପୀ ଲକଡାଉନ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ତେବେ ଏକ ସରକାରୀ ସ୍କୁଲ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ, ଅର୍ଥମନ୍ତ୍ରୀ ଋଶି ସୁନକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ପୁଲିସ ଏନେଇ ତଦନ୍ତ କରିବା ପରେ ୫୦ରୁ ଅଧିକ ଲୋକଙ୍କୁ ଜରିମାନା କରାଯାଇଛି । ଜନସନ ଏବଂ ସୁନକ ମଧ୍ୟ ଜରିମାନା ଦେବେବୋଲି ଜଣାପଡ଼ିଛି । ନିଜ ସରକାର ଦ୍ୱାରା ପ୍ରସ୍ତୁତ କୋଭିଡ଼ ଆଇନକୁ ନିଜେ ଜନସନ ଭାଙ୍ଗିଥିବାରୁ ତାଙ୍କ ଉପରେ ବିରୋଧୀ ବର୍ଷିଛନ୍ତି । ଏମିତିକି ଉଭୟଙ୍କ ଇସ୍ତଫା ମଧ୍ୟ ଦାବି କରାଯାଇଛି ।
Powered by Froala Editor