ଆଜି ମୋଦି-ବାଇଡେନ ଆଲୋଚନା

ନୂଆଦିଲ୍ଲୀ: ସୋମବାର କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଉଭୟଙ୍କ ମଧ୍ୟରେ ଭର୍ଚ୍ଚୁଆଲ ମିଟିଂ ହେବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଦକ୍ଷିଣ ଏସିଆର ବିକାଶ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ତଥା ପାରସ୍ପରିକ ଦ୍ୱିପାକ୍ଷିକ ସହଯୋଗ ଉପରେ ଉଭୟ ନେତା ଗୁରୁତ୍ବାରୋପ କରିବା ସହ ମତ ବିନିୟମ କରିବା ନେଇ ସୂଚନା ମିଳିଛି ।
ଦୁଇ ଦେଶ ମଧ୍ୟରେ ରହି ଆସିଥିବା ଦ୍ୱିପାକ୍ଷିକ ତଥା ବିଶ୍ୱସ୍ତରୀୟ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ନେଇ ଆଲୋଚନାରେ ବିଭିନ୍ନ ଦିଗ ଉପରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମତ ବିନିମୟ ହେବ।
Powered by Froala Editor