ବୁଚା ହତ୍ୟାକାଣ୍ଡକୁ ନିନ୍ଦା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ
ଋଷ-ୟୁକ୍ରେନ୍ ଯୁଦ୍ଧରେ ଭାରତ ଅନ୍ତର୍ଜାତୀୟ ସ୍ତରରେ ଚୁପ ରହିପାରେ ତେବେ ଅନ୍ୟାୟ ପାଇଁ କେବେ ନିରବ ରହିବ ନାହିଁ। ତା’ର ଉଦାହରଣ ବୁଚା ଗଣହତ୍ୟା କାଣ୍ଡ ଘଟଣାରେ ୟୁଏନ୍ଏସିରେ ଭାରତର ବିରୋଧରୁ ଜଣାପଡ଼ିଛି।
ଏବେ ସଂସଦରେ ଭାରତର ପକ୍ଷ ରଖି ବୈଦେଶିକ ବ୍ୟାପାର ମନ୍ତ୍ରୀ ବୁଚା ହତ୍ୟାକାଣ୍ଡକୁ ଦୃଢ଼ ନିନ୍ଦା କରିଛନ୍ତି। ବୁଧବାର ଲୋକସଭାରେ ଉତ୍ତର ରଖି ସେ କହିଛନ୍ତି ଯେ, ଭାରତ ୟୁକ୍ରେନ୍ରେ ଜାରି ରହିଥିବା ଯୁଦ୍ଧକୁ ବିରୋଧ କରୁଛି। ଏଠାରେ ରକ୍ତପାତ ପରେ ବି ସମାଧାନ ହୋଇ ପାରୁନି। ବହୁ ନିରୀହ ଲୋକଙ୍କ ଜୀବନ ଅଯଥାରେ ଯାଇଛି। ତେବେ ଯେକୌଣସି ସମସ୍ୟାର ସମାଧାନ ଆଲୋଚନା ଏବଂ କୂଟନୈତିକସ୍ତରରେ କରାଯାଇ ପାରିବ ବୋଲି ସେ କହିଛନ୍ତି।
ସେ କହିଛନ୍ତି ” ବୁଚାରେ ହୋଇଥିବା ଗଣହତ୍ୟା ଘଟଣାକୁ ଆମ ଦୃଢ଼ ନିନ୍ଦା କରୁଛୁ ଏବଂ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସମର୍ଥନ କରୁଛୁ।” ଏଥିସହିତ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ରୋକିବାକୁ ମଧ୍ୟ ଭାରତ ପ୍ରୟାସ ଜାରି ରଖିଛି ବୋଲି ଜୟଶଙ୍କର ସୂଚନା ଦେଇଛନ୍ତି।
Powered by Froala Editor