ରାହୁଲ ଗାନ୍ଧୀଙ୍କୁ ୫୦ଲକ୍ଷ ଟଙ୍କାର ସମ୍ପତ୍ତି ଦାନ କରେ ବୃଦ୍ଧା
ଡେରାଡୁନ୍: ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନର ୭୮ବର୍ଷୀୟା ପୁଷ୍ପା ମୁଞ୍ଜିଆଲ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିଜର ୫୦ଲକ୍ଷ ଟଙ୍କା ମୂଲ୍ୟର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଏବଂ ୧୦୦ଗ୍ରାମ ସୁନା ଅଳଙ୍କାର ଦାନ କରିଛନ୍ତି । ପୂର୍ବତନ ପ୍ରଦେଶ କଂଗ୍ରେସ୍ ସଭାପତି ପ୍ରୀତମ୍ ସିଂହଙ୍କ ଉପସ୍ଥିତିରେ ସେ ସ୍ଥାନୀୟ ଅଦାଲତରେ ସମ୍ପତ୍ତି ଦାନ ସଂକ୍ରାନ୍ତ ଦଲିଲରେ ସ୍ୱାକ୍ଷର କରିଛନ୍ତି ।
ପୂର୍ବରୁ ସରକାରୀ ସ୍କୁଲରେ ଶିକ୍ଷକତା କରୁଥିବା ପୁଷ୍ପା ମୁଞ୍ଜିଆଲ ଏବେ ବୃଦ୍ଧାଶ୍ରମରେ ରହିଛନ୍ତି । ପୁଷ୍ପା କହିଛନ୍ତି, ଦେଶର ସଂହତି ଓ ଅଖଣ୍ଡତା ଲାଗି ଇନ୍ଦିରା ଗାନ୍ଧୀ ପ୍ରାଣବଳି ଦେଇଥିଲେ । ସୋନିଆ ଓ ରାହୁଲ ଦେଶସେବାରେ ନିଜକୁ ଉସôର୍ଗ କରିଛନ୍ତି । ଏହାସହିତ ଦେଶବାସୀ ରାହୁଲଙ୍କୁ ନେତା ଭାବେ ଚାହାନ୍ତି ଏବଂ ତାଙ୍କ ଚିନ୍ତାଧାରା ଦେଶ ପାଇଁ ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି । ରାହୁଲଙ୍କ ଦ୍ୱାରା ସେ ବେଶ୍ ପ୍ରଭାବିତ ବୋଲି ପୁଷ୍ପା କହିଛନ୍ତି ।
Powered by Froala Editor