ହଜିଯାଉଛି ମାନବିକତା, ଇଟାରେ ପୋତିଦେଲେ ଜନ୍ମ କଲା ମାଆକୁ

ଯାଜପୁର: ଦିନକୁ ଦିନ ହଜିଯାଉଛି ମାନବିକତା । ଯେଉଁ ମା’ ଗର୍ଭରେ ଧରି ପୁଅକୁ ଜନ୍ମ କରିଥିଲା, ସେହି ପୁଅ ପାଇଁ ଆଜି ଅଲୋଡା ପାଲଟିଛି ମା’ । ଜମିବାଡି ବିବାଦକୁ କେନ୍ଦ୍ର କରି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦତପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜନ୍ମ କଲା ମାଆକୁ ଇଟାରେ ପୋତି ଦେଇଛନ୍ତି ପୁଅ, ବୋହୂ । ମାଆକୁ ପୂଅ ଓ ବୋହୂ ଅକଥନୀୟ ନିର୍ଯାତନା ଦେବାପରେ ଇଟାରେ ପୋତି ଦେଇଥିଲେ ।
ସୂଚନା ଅନୁସାରେ, ମାଆ ମଖି ବେହେରାଙ୍କୁ ପାଖରେ ରଖିବା ନେଇ ୪ ପୁଅଙ୍କ ଭିତରେ ସବୁବେଳେ କଳି ଝଗଡା ଲାଗି ରହୁଥିଲା । ଏବେ ମଖି ବଡପୁଅ ପାଖରେ ରହୁଥିଲେ । ତେବେ ପୈତୃକ ଘରଡିହରେ ଘର କରିବାକୁ ନେଇ ବିବାଦ ଲାଗିରହିଥିଲା । ଶନିବାର ମଝିଆଁ ପୁଅ ସହ ଅନ୍ୟଜଣେ ପୁଅ ମିଶି ଘର କରିବା ଆରମ୍ଭ କରିଥିଲେ । ମଖି ଏହାର ପ୍ରତିବାଦ କରିବାରୁ ଉତକ୍ଷିପ୍ତ ହୋଇ ପୁଅ, ବୋହୂ ତାଙ୍କୁ ଘର କରିବା ପାଇଁ ରଖିଥିବା ଇଟାରେ ପୋତି ଦେଇଥିଲେ ।
ଅସହ୍ୟ ଯନ୍ତ୍ରଣାରେ ମାଆ ଛଟପଟ ହେଉଥିବାବେଳେ ଶୁଣିନଥିଲେ କୃତଘ୍ନ ପୁଅ, ବୋହୂ । ଘଟଣାସ୍ଥଳରେ କିଛି ପଡୋଶୀ ଓ ସାନ ବୋହୂ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଚିକିସôା କରାଇବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବିଭିନ୍ନ ଦଫାରେ ପୋଲିସ ଅଭିଯୁକ୍ତ ପୁଅ, ବୋହୂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Powered by Froala Editor