ମିସ୍ ଇଣ୍ଡିଆ ପ୍ଲାନେଟ୍ ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ଝିଅ

ନୂଆଦିଲ୍ଲୀ: ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ଝିଅ । ଦିଲ୍ଲୀରେ ଆୟୋଜିତ ମିସ୍ ଇଣ୍ଡିଆ ପ୍ଲାନେଟ୍ ପ୍ରତିଯୋଗିତାରେ ସେକେଣ୍ଡ ରନର ଅପ୍ ମୁକୁଟ ପିନ୍ଧିଲେ ଅଦିତି ମହାପାତ୍ର । ଓଡ଼ିଶାର ଏକମାତ୍ର ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ ଅଦିତି ।
ପୁରା ଦେଶରୁ ୧ ହଜାରରୁ ଉର୍ଦ୍ଧ୍ୱ ଝିଅ ସାମିଲ ହୋଇଥିଲେ । ଅଦିତି ଏହା ପୂର୍ବରୁ ମିସ୍ ଓଡିଶା,ODISHA’S NEXT TOP MODEL, ଓ ମିସ୍ ସମ୍ବଲପୁର ଟାଇଟଲ ହାସଲ କରି ସାରଛନ୍ତି ।
ଏହି ସୁନ୍ଦରୀ ପ୍ରତିଯୋଗିତାର ଫାଇନାଲ ମାର୍ଚ୍ଚ ୨୭ ଓ ମାର୍ଚ୍ଚ ୨୮ରେ ଅନୁଷ୍ଠିତ ହୋଇଥିଲା । ଗ୍ଲିମଡିଭା ଦ୍ୱାରା ଆୟୋଜିତ ଏହି ଫାଇନାଲ ପ୍ରତିଯୋଗିତା ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି ।
ଜାତୀୟସ୍ତରର ସୁନ୍ଦରୀ ପ୍ରତିଯୋଗିତାରେ ମୁକୁଟ ପିନ୍ଧିବା ପାଇଁ ସେ ପିଲାଦିନୁ ସ୍ୱପ୍ନ ଦେଖି ଆସୁଥିଲେ । ତେଣୁ ମଡେ଼ଲିଂକୁ ହିଁ ସେ କ୍ୟାରିୟର ଭାବେ ବାଛି ନେଇଥିଲେ । ମାତ୍ର ୧୬ ବର୍ଷ ବୟସରୁ ମଡେ଼ଲିଂ ପ୍ରତି ଆକର୍ଷିତ ଏହି ତରୁଣୀ ଶେଷରେ ସଫଳ ହୋଇଛନ୍ତି ।
ଜଣେ ମଡେ଼ଲ ବ୍ୟତୀତ ଅନ୍ୱେଷା ଅଦିତି ମହାପାତ୍ର ଜଣେ ଭଲ ଛାତ୍ରୀଭାବେ ବି ସୁନାମ ଅର୍ଜନ କରିଛନ୍ତି । ଇନଫରମେସନ ସାଇନ୍ସ ଆଣ୍ଡ ଟେଲିକମୁନିକେସନରେ ସେ ସଫଳତାର ସହ ଗ୍ରାଜୁଏସନ କରିଛନ୍ତି । ଗଙ୍ଗାଧର ମେହେର କଲେଜରେ ସେ ପାଠ ପଢ଼ୁଥିଲେ ।
Powered by Froala Editor