ଋଷିଆ-ୟୁକ୍ରେନ ଯୁଦ୍ଧ, ମଲେଣି ୧୭ହଜାର ୨୦୦ ଋଷୀୟ ସୈନ୍ୟ

କ୍ୱିଭ: ଫେବ୍ରୁୟାରୀ ୨୪ରେ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା ଋଷ । ଏହା ପରଠୁ ଆଜିକୁ ୩୫ ଦିନ ହେଲ ଜାରି ରହିଛି ଯୁଦ୍ଧ । ୟୁକ୍ରେନରେ ଅଧିକାଂଶ ଅଂଚଳ ଛାରଖାର ହୋଇଗଲାଣି । ତେବେ ୟୁକ୍ରେନର ଜବରବୀ ହମଲାରେ ଋଷକୁ ମଧ୍ୟ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି । ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ଋଷର ପାଖାପାଖି ୧୭ହଜାର ୨୦୦ ସୈନ୍ୟ ପ୍ରାଣ ହରାଇଲେଣି ।
ଏହାର ୧୨୭ ଯୁଦ୍ଧ ବିମାନକୁ ୟୁକ୍ରେନ ସେନା ଖସାଇ ଦେଇଥିବା ବେଳେ ୧୨୯ ହେଲିକପ୍ଟର ବି ନଷ୍ଟ କରିଦେଇଛନ୍ତି । ସେହିଭଳି ଯୁଦ୍ଧ ଯୋଗୁ ଋଷ ଏପର୍ଯ୍ୟନ୍ତ ୫୯୭ଟ୍ୟାଙ୍କର ହରାଇଥିବାବେଳେ ୭୩ଇନ୍ଧନ ଟ୍ୟାଙ୍କ, ୭୧ ୟୁଏଭି, ୨୧ ସ୍ୱତନ୍ତ୍ର ଉପକରଣ, ୧ହଜାର ୭୧୦ଟି ଯୁଦ୍ଧ ଯାନ, ୩୦୩ ତୋପ, ୯୬ ଏମଏଲଆରଏସ୍ ହରାଇଛି । ଏହାବ୍ୟତୀତ ୧ହଜାର ୧୭୮ ଅନ୍ୟାନ୍ୟ ଗାଡି ୟୁକ୍ରେନ ସେନାର ଆକ୍ରମଣ ଯୋଗୁ ନଷ୍ଟ ହୋଇଥିବା ବେଳେ ୫୪ଟି ଆଣ୍ଟି ଏୟାରକ୍ରାଫ୍ଟ ୱାରଫେୟାର ସିଷ୍ଟମ ଆଦି ଛାରଖାର ହୋଇଯାଇଛି ।
Powered by Froala Editor