ବାର୍ଦ୍ଧକ୍ୟର ରଙ୍ଗ ହୋଲି
କୁହାଯାଏ, ବୟସ ବଢ଼ିବା ସଙ୍ଗେ ସଙ୍ଗେ ଜୀବନରୁ ସବୁ ରଙ୍ଗ ଲିଭିଯାଇଥାଏ । କିନ୍ତୁ ବାଦ୍ଧର୍କ ହେଉଛି ଏକ ପର୍ଯ୍ୟାୟ କିନ୍ତୁ ଏହାର ବି ନିଜସ୍ୱ ଚମକ ରହିଛି । ବୃଦ୍ଧାବସ୍ଥାରେ ଜୀବନ ଆଦୌ ରଙ୍ଗହୀନ ହୋଇନଥାଏ । ଏହି ପର୍ଯ୍ୟାୟକୁ ସମ୍ମାନ ଦେଇ ବରିଷ୍ଠମାନଙ୍କ ପାଇଁ ବିହାରର ମଗଧ ଅଞ୍ଚଳରେ ସ୍ୱତନ୍ତ୍ର ଭାବେ ‘ବୁଢ଼ୱା ହୋଲି’ ପାଳନ କରାଯାଏ ।
ଏହା ପଛରେ ଥିବା କାହାଣୀ ଅନୁସାରେ, ଥରେ ମଗଧର ଜଣେ ବଡ଼ ଜମିଦାର ହୋଲିଦିନ ଅସୁସ୍ଥ ହୋଇପଡ଼ିଲେ । ସେ ଖୁବ ଲୋକପ୍ରିୟ ଥିବାରୁ ନଗରବାସୀ ତାଙ୍କ ଅସୁସ୍ଥତା ଜାଣି ହୋଲି ପାଳନ କଲେନାହିଁ । ଏକଥା ରାଜାଙ୍କ କାନରେ ପଡ଼ିବାରୁ ସେ ବି ହୋଲି ପାଳନ ବନ୍ଦ କରି ପରଦିନ ପାଳନ କରାଯିବା ପାଇଁ ଘୋଷଣା କଲେ । ବରିଷ୍ଠ ନାଗରିକଙ୍କ ପାଇଁ ହୋଲି ଘୁଞ୍ଚିଥିବାରୁ ସେବେଠାରୁ ହୋଲି ପରଦିନ ବୁଢ଼ୱା ହୋଲି ପାଳନ କରାଯାଏ । କୁହାଯାଏ, ବୟୋଜ୍ୟେଷ୍ଠମାନଙ୍କ ନାମରେ ଏହା ଏକମାତ୍ର ପର୍ବ ।
Powered by Froala Editor