ହରିଶ ରାଓ୍ବତ ପରାଜିତ
ଡେରାଡୁନ: ଭେଟେରାନ କଂଗ୍ରେସ ନେତା ତଥା ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ବିଧାନସଭା ନିର୍ବାଚନ ପରାଜିତ ହୋଇଛନ୍ତି । ନୈନିତାଲ ଜିଲ୍ଲାର ଲାଲକୁଆନ ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ହରିଶ ରାୱତଙ୍କୁ ବିଜେପି ପ୍ରାର୍ଥୀ ମୋହନ ସିଂ ବିଷ୍ଟଙ୍କ ଠାରୁୁ ପ୍ରାୟ ୧୪ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାଜୟର ସାମ୍ନା କରିବାକୁ ପଡିଛି ।
୧୪ ଫେବୃଆରୀରେ ହୋଇଥିବା ମତଦାନ ପରେ ସେ ଉତ୍ତରାଖଣ୍ଡରେ କଂଗ୍ରେସ ସତ୍ତାକୁ ଆସିବା ନେଇ ଦୃଢୋକ୍ତି ପ୍ରକାଶ କରିବା ସହ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମଧ୍ୟ ପରୋକ୍ଷରେ ଦର୍ଶାଇଥିଲେ । ଏପରିକି ଗତକାଲି ମଧ୍ୟ କଂଗ୍ରେସ ପ୍ରାୟ ୪୮ ରୁ ଉର୍ଦ୍ଧ୍ବ ଆସନରେ ବିଜୟ ଲାଭ କରିବାକୁ ଯାଉଥିବା ନେଇ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ।ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୨୦୧୭ ବିଧାନସଭା ନିର୍ବାଚନରେ ମଧ୍ୟ ହରିଶ ରାୱତ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ଦୁଇଟି ଆସନରୁ ପ୍ରତିଦ୍ବନ୍ଦିତା କରି ହାରିଥିଲେ । ୨୦୧୭ ରେ ହରିଶ ଉଧମ ସିଂ ନଗରର କିଚା ବିଧାନସଭା ଆସନ ଏବଂ ହରିଦ୍ୱାର ଜିଲ୍ଲାର ଗ୍ରାମାଞ୍ଚଳ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । କିନ୍ତୁ ତାଙ୍କୁ ଉଭୟ ସିଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ତେବେ ଚଳିତଥର ମଧ୍ୟ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି ।
Powered by Froala Editor