ୟୁପିରେ ବିରୋଧୀ ଦଳ ନେତା ହେବେ ଅଖିଳେଶ ଯାଦବ
ନୂଆଦିଲ୍ଲୀ : ଉତରପ୍ରଦେଶରେ ପୁଣି ଥରେ ବିଜେପି ସରକାର ଗଢ଼ିବା ପ୍ରାୟତଃ ନିଶ୍ଚିତ ହୋଇଯାଇଛି । ବିରୋଧୀ ଦଳଗୁଡ଼ିକ ଠାରୁ ଶାସକ ବିଜେପି ଦୁଇଗୁଣା ଆସନରେ ଆଗୁଆ ରହିଛି । ଫଳରେ ପୁଣିଥରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଯାଇଛି ।
ଅପରପକ୍ଷରେ ୟୁପିରେ ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହୋଇଛି ସମାଜବାଦୀ ପାର୍ଟି । ଗତ ନିର୍ବାଚନ ତୁଳନାରେ ଦଳ ଚଳିତ ଥର ଦୁଇଗୁଣା ଆସନ ହାସଲ କରିବା ବୋଲି ଭୋଟ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡରୁ ଜଣାପଡ଼ିଛି ।
ଅଖିଳେଶ ଯାଦବ ଉତରପ୍ରଦେଶର କରହଲ ଆସନରୁ ନିର୍ବାଚନ ଲଢୁଛନ୍ତି । ଏଯାବତ ଅଖିଳେଶ ୨୯୭୦୮ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଫେସର ଏସପି ସିଂ ବାଘେଲ ୧୦୭୬୩ ଖଣ୍ଡ ଭୋଟ ପାଇଛନ୍ତି । ମାତ୍ର ୬ ରାଉଣ୍ଡରେ ୧୯ ହଜାର ଭୋଟରେ ଆଗୁଆ ଥିବା ଅଖିଳେଶ ବହୁ ଭୋଟରେ ବାଜିମାତ କରିବେ ବୋଲି ଜଣାପଡ଼ିଛି ।
Powered by Froala Editor