ପଞ୍ଜାବରେ ସରକାର ଗଢିବ ଆମ ଆଦମୀ ପାର୍ଟି
ନୂଆଦିଲ୍ଲୀ : ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର ଗଢ଼ିବାର ସମ୍ଭାବନା ଉଜ୍ଜ୍ୱଳ ହୋଇଛି । ଏକଜିଟ ପୋଲ ଆକଳନ ଅନୁଯାୟୀ ଆପ ଦମଦାର ପ୍ରଦର୍ଶନ କରିଛି । ଭାରତୀୟ ନିର୍ବାଚନ କମିଶନ ଦେଇଥିବା ତଥ୍ୟ ଅନୁଯାୟୀ ପଞ୍ଜାବରେ ଆମ ଆଦମୀ ପାର୍ଟି ୭୧ ଆସନରେ ଆଗୁଆ ରହିଛି । ପଞ୍ଜାବରେ ସରକାର ଗଢ଼ିବା ପାଇଁ ୫୯ଟି ସିଟର ଆବଶ୍ୟକତା ରହିଛି ।
ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ବହୁଜନ ସମାଜ ପାର୍ଟି ୧, ଭାରତୀୟ ଜନତା ପାର୍ଟି ୩, ସ୍ୱାଧୀନ ୧, କଂଗ୍ରେସ ୧୧ ଓ ଶିରୋମଣୀ ଅକାଳୀ ଦଳ ୮ ଆସନରେ ଆଗୁଆ ରହିଛି । ପଞ୍ଜାବ ବିଧାନସଭାରେ ୧୧୭ଟି ଆସନ ରହିଛି । ଗତ ୨୦୧୭ ବିଧାନସଭା ନିର୍ବାଚନରେ ପଞ୍ଜାବରେ କଂଗ୍ରେସ ୭୭ଟି ଆସନ ପାଇ ସରକାର ଗଢ଼ିଥିଲା । ସେହିପରି ଆମ ଆଦମୀ ପାର୍ଟି ୨୦ ଆସନରେ ଜିଣି ସମସ୍ତଙ୍କୁ ଚମକେଇ ଦେଇଥିଲା । ଅପରପକ୍ଷରେ ଶିରୋମଣୀ ଅକାଳୀ ଦଳକୁ ୧୫ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବାବେଳେ ଭାରତୀୟ ଜନତା ପାର୍ଟିକୁ ୩ଟି ଆସନ ମିଳିପାରିଥିଲା । ସେହିପରି ଲୋକ ଇନସାଫ ପାର୍ଟିକୁ ୨ଟି ଆସନ ମିଳିଥିଲା ।
Powered by Froala Editor