ସୁଇଚ୍ ଅନ କଲାମାତ୍ରେ ପବନରେ ଉଡୁଛି ଫ୍ଲାଇଙ୍ଗ ବଲବ୍
ବଜାରରେ ଅନେକ ପ୍ରକାର ବଲବ୍ ମିଳୁଛି । ଭିନ୍ନ ଭିନ୍ନ ରଙ୍ଗର ବଲବ୍ ଦେଖିବାକୁ ମିଳିଥାଏ । କିନ୍ତୁ ଆପଣ କେବେ ଦେଖଇଛନ୍ତି ଉଡନ୍ତା ବଲବ୍? ଆପଣ ଜାଣି ଆଶ୍ଚର୍ଯ୍ୟ ହେଉଥିଲେ ବି କଥାଟି ସତ । ବଜାରକୁ ଏବେ ଏମିତି ବଲବ୍ ଆସିଛି ଯାହବ୍ୱର୍ତ୍ତମାନ ବହୁତ ଟ୍ରେଣ୍ଡରେ ରହିଛି । ଏହି ବୈଷୟିକ ଜ୍ଞାନ କୌଶଳରେ ତିଆରି ବଲବ୍ଟି ଖୁବ୍ ଲୋକପ୍ରି୍ରୟତା ହାସଲ କରିଛି ।
ଏହା ସାଧାରଣତଃ ସଜାସଜି ପାଇଁ ବ୍ୟବହୃତ ହୋଇଥାଏ । କିନ୍ତୁ ଏହାକୁ ମଧ୍ୟ ସାଇନ୍ସ ପ୍ରେଜେକ୍ଟରରେ ବ୍ୟବହାର କରାଯାଇପାରିବ । ଏହା ଏକ ଲେଭିଟିଙ୍ଗ ଲାଇଟ୍ ବଲବ୍ ଯାହ ଆପଣ ସହଜରେ କିଣିପାରିବେ । ଏହା ଏକ ଟେବୁଲ ଡିଭାଇସ୍ ଯାହା ଦେଖିବା ପାଇଁ ଖୁବ୍ ଆକର୍ଷଣୀୟ ଦେଖାଯାଏ । ଏହି ବଲବ୍ ଟର୍ନ ଅନ୍ କରିବା ପରେ ଏହା ପବନରେ ଭାସିବା ଆରମ୍ଭ କରେ ।
ଏହି ବଳବକୁ ଗିଫ୍ଟ ଆଇଟମ୍ ପାଇଁ ଅଧିକ ପସନ୍ଦ କରିଥାନ୍ତି । ଆପଣ ଚାହିଁଲେ ଏହାକୁ ଘରେ ମଧ୍ୟ ବ୍ୟବହାର କରିପାରିବେ । ଏହାକୁ ବ୍ୟବହାର କରିବା ଖୁବ୍ ସହଜ। ଏହାକୁ କେବଳ ପାୱାର ସହ ସଂଯୋଗ କିରିବେ ଓ ସାମାନ୍ୟ ସପୋର୍ଟ କରିବେ । ପରେ ଏହା ସୁନ୍ଦର ଭାବେ ପବନରେ ଝୁଲି ରହିବ ।
ମୂଲ୍ୟ: ଯଦି ଆପଣ ଏହି ବଲବ୍କୁ କିଣିବାକୁ ଚାହୁଁଛନ୍ତି, ଏହାକୁ ଆପଣ ମାତ୍ର ୯ହଜାର୯୯୯ ଟଙ୍କାରେ ପାଇବେ । ଯଦି ଆପଣ ଏହାକୁ ଅଫଲାଇନରେ କିଣନ୍ତି, ତେବେ କିଛିମାତ୍ରାରେ ଶସ୍ତା ମୂଲ୍ୟରେ ପାଇପାରିବେ ।
Powered by Froala Editor