ଉତରପ୍ରଦେଶରେ ବିଜେପି ୬୦ ଆସନରେ ଆଗୁଆ
ନୂଆଦିଲ୍ଲୀ : ୫ ରାଜ୍ୟ ପାଇଁ ଭୋଟ ଗଣତି କରାଯାଉଛି । ପ୍ରଥମେ ପୋଷ୍ଟାଲ ଭୋଟ ଗଣତି ହେଉଥିବାବେଳେ ଉତରପ୍ରଦେଶରେ ବିଜେପି ୬୦ ଆସନରେ ଆଗୁଆ ରହିଛି । ଯେତେବେଳେକି ସମାଜବାଦ ପାର୍ଟି ୩୦ ଆସନରେ ଆଗୁଆ ଅଛି ।
ଉତରାଖଣ୍ଡରେ ବିଜେପି ୨୦ ଆସନ ଓ କଂଗ୍ରେସ ୧୫ ଆସନରେ ଆଗୁଆ ରହିଛି । ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜିଠାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଉତରପ୍ରଦେଶ, ପଞ୍ଜାବ, ଉତରାଖଣ୍ଡ, ଗୋଆ ଓ ମଣିପୁର ପାଇଁ ଭୋଟ ଗଣତି ଜାରି ରହିଛି । ଉତରପ୍ରଦେଶର ୪୦୩, ପଞ୍ଜାବର ୧୧୭, ଉତରାଖଣ୍ଡର ୭୦, ମଣିପୁରର ୬୦ ଓ ଗୋଆର ୪୦ ଆସନ ପାଇଁ ଭୋଟ ଗଣତି ହେଉଛି । ଏହି ୫ ରାଜ୍ୟ ମଧ୍ୟରୁ ୪ ରାଜ୍ୟରେ ବିଜେପି କ୍ଷମତାରେ ରହିଛି । ଏକଜିଟ ପୋଲ ଅନୁଯାୟୀ, ଉତରପ୍ରଦେଶରେ ବିଜେପି, ପଞ୍ଜାବରେ ଆପ ଏବଂ ଗୋଆ ଓ ଉତରାଖଣ୍ଡରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ।
Powered by Froala Editor