ଡ଼ାଇପର ପିନ୍ଧଲେ କୁଣ୍ଡେଇ ହେଉଛି କି ପିଲାଙ୍କ ସ୍କିନ? ଏହା କରନ୍ତୁ

ଆଜିକାଲିକା ଲୋକେ ନିଜ ପିଲାକୁ ଜନ୍ମରୁ ଡାଇପର ପିନ୍ଧାଉଛନ୍ତି। ପିଲାଙ୍କୁ କୁଆଡେ ବୁଲାଇବାକୁ ନେବାକୁ ହେଉ ଅବା ବାପା ମା’ ବୁଲିବା ପାଇଁ ଯିବାକୁ ହେବ, ସବୁ ଝିନଝଟ୍ରୁ ମୁକ୍ତି ପାଇବା ପାଇଁ ମା’ ମାନେ ପିଲାଙ୍କୁ ଡାଇପର ପିନ୍ଧାଇଦେଉଛନ୍ତି। କିନ୍ତୁ ଲଗାତାର ବା ବାରମ୍ବାର ଡାଇପର ପିନ୍ଧିବା ଦ୍ୱାରା କଅଁଳିଆ ତ୍ୱଚା କୁଣ୍ଡାଇ ହୋଇଥାଏ। ଅଧିକ ସମୟ ଡାଇପର ପିନ୍ଧାଇଲେ ମଧ୍ୟ ତ୍ୱଚା ନାଲିପଡିବା, ଜଳିବା ଭଳି ଯନ୍ତ୍ରଣା ଅନୁଭୂତ ହୋଇଥାଏ।
ତେବେ ଯଦି ଆପଣ ଚାହିଁବେ ପିଲାଙ୍କର ଏପରି ସମସ୍ୟାରୁ ମୁକ୍ତି ମିଳିପାରିବେ। ପିଲାଙ୍କର ଏହି ସବୁ କଷ୍ଟରୁ ତୁରନ୍ତ ଆରାମ ମିଳିବ। ଏମିତିରେ ଆପଣ କେମିତି ଧ୍ୟାନ ରଖିବେ ଜାଣନ୍ତୁ…
– ପିଲାକୁ ସବୁବେଳେ ଡାଇପର ପିନ୍ଧାନ୍ତୁ ନାହିଁ। ଯାହା ସ୍କିନକୁ ଶୁଖିବା ଏବଂ ଭଲ କରିବାରେ ସାହାଯ୍ୟ କରିବ। ଯଦି ପିଲାଟି ଡାଇପର ପିନ୍ଧି ରାସେସ ହୋଇଯାଇଛି, ତେବେ ତାକୁ ଟାଇଟ୍, ରବର କିମ୍ବା ସିନ୍ଥେଟିକ ପ୍ୟାଣ୍ଟ ପିନ୍ଧାନ୍ତୁ ନାହିଁ।
– ନଡିଆ ତେଲରେ ଆଣ୍ଟିଫଙ୍ଗଲ ଏବଂ ରୋଗ ନିରୋଧୀ ଗୁଣ ରହିଥାଏ। ତେଣୁ ଡାଇପର ରାସେସ ପାଇଁ ଆପଣ ନଡିଆ ତେଲ ବ୍ୟବହାର କରିପାରିବେ। ଯାହା ପିଲାର କୋମଳ ତ୍ୱଚାକୁ ଆରାମ ପହଞ୍ଚାଏ। ନଡିଆ ତେଲ ଭଲ ମଶ୍ଚରାଇଜର ଭାବେ କାମ କରିଥାଏ।
– ପିଲାଙ୍କର ଡାଇପର ରାସେସରୁ ମୁକ୍ତି ପାଇବା ପାଇଁ ପିଲାକୁ ଡାଇପର ପିନ୍ଧାଇବା ଆଗରୁ ପେଟ୍ରୋଲିୟମ ଜେଲି ଲଗାନ୍ତୁ। ଏହାଦ୍ୱାରା ପିଲାଙ୍କୁ ୟୁରିନ ଦ୍ୱାରା ହେଉଥିବା ସମସ୍ୟା କମ୍ ହେବ।
– ଯେତେବେଳେ ବି ପିଲାର ଡାଇପର ବଦଳାଉଛନ୍ତି, ଅଳ୍ପ ନଖ ଉଷୁମ ପାଣିରେ ପିଲାର ସ୍କିନକୁ ପୋଛିଦିଅନ୍ତି। ତା’ ପରେ ଭଲ ଭାବେ ଶୁଖିବା ପରେ ଡାଇପର ପିନ୍ଧାନ୍ତୁ।
Powered by Froala Editor