ଘରେ ବନାନ୍ତୁ ଟେଷ୍ଟି ମସଲା ପାମ୍ପଡ଼

ପୁରୁଣା ଜମାନାରେ ଗୋଟେ କଥା ଅଛି ସକାଳର ଖାଦ୍ୟ ରାଜା ଭଳି ଏବଂ ରାତିର ଖାଦ୍ୟ କାଙ୍ଗାଳଙ୍କ ଭଳି ଖାଇବା ଉଚିତ। ହେଲଦି ରହିବା ପାଇଁ ଡାଏଟିସିଆନ୍ ବି ଏମିତି ପରାମର୍ଶ ଦିଅନ୍ତି। ଓଜନ କମ୍ କରିବା ପାଇଁ ଲୋକ ଖାସ୍ କରି ଡିନରରେ ହାଲକା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଯଦି ଆପଣ ରାତିରେ ହାଲକା ଖାଦ୍ୟ ଖାଇବାକୁ ଚାହୁଁଛନ୍ତି ତାହେଲେ ମସଲା ପାମ୍ପଡ ବନାଇ ଖାଇପାରିବେ। ଯାହାକୁ ବନାଇବା ପାଇଁ ଆପଣଙ୍କୁ ବେଶି ପରିଶ୍ରମ କରିବାକୁ ପଡିବନି। ତେବେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
ପାମ୍ପଡ, ପିଆଜ, ଟମାଟୋ, କାକୁଡି, ପନୀର, ଚାଟ ମସଲା, ଟମାଟୋ ସସ୍, କଞ୍ଚା ଲଙ୍କା, ଫ୍ରେସ୍ ଧନିଆ ପତ୍ର, ଲାଲ ଲଙ୍କା ପାଉଡର, ଲୁଣ, ବିଟ ଲୁଣ ଏବଂ ଲେମ୍ବୁ।
ପ୍ରସ୍ତୁତି ପ୍ରଣାଳୀ
ଯଦି ଆପଣ ଡାଏଟରେ ଅଛନ୍ତି ତାହେଲେ ପାମ୍ପଡକୁ ତେଲରେ ଫ୍ରାଏ ନକରି ଗ୍ୟାସରେ ସେକିବା ବେଷ୍ଟ ହେବ। ସର୍ବପ୍ରଥମେ ଆପଣ ପିଆଜ, ଟମାଟୋ, କାକୁଡି, କଞ୍ଚା ଲଙ୍କା, ଧନିଆ ପତ୍ରକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏଥିରେ ବିଟ୍ ଲୁଣ ମିଶାଇ ଦିଅନ୍ତୁ। ଏବେ ୨ଟି ପାମ୍ପଡ ନିଅନ୍ତୁ ଏବଂ ଛୋଟ ଛୋଟ ଖଣ୍ଡରେ ଭାଙ୍ଗି ପକାଇ ଦିଅନ୍ତୁ। ମନେ ରଖନ୍ତୁ ପାମ୍ପଡକୁ ଅତି ଛୋଟ ଛୋଟ କରିବେନାହିଁ। ଏଥିରେ କାଟି ରଖିଥିବା ପରିବା ସବୁକୁ ପକାଇ ଦିଅନ୍ତୁ। ଏହାସହିତ ପନୀରର ଖଣ୍ଡକୁ ବି କାଟିକି ପକାଇ ଦିଅନ୍ତୁ। ଏଥିରେ ଅଳ୍ପ ଲୁଣ, ଚାଟ ମସଲା, ଲେମ୍ବୁ ଏବଂ ଟମାଟୋ ସସ୍ ପକାଇ ଦିଅନ୍ତୁ।
ଏହି ପନୀରକୁ ବି ପାମ୍ପଡ ସହିତ ମିଶାଇ ଦିଅନ୍ତୁ। ସବୁ ଜିନିଷକୁ ଭଲଭାବେ ମିଶାଇ ଦିଅନ୍ତୁ। ଏହାଉପରେ ଅଳ୍ପ ଲାଲ ଲଙ୍କା ପାଉଡର ପକାଇ ଦିଅନ୍ତୁ। ଏହାଉପରେ ସାମାନ୍ୟ ଗୋଲ ମରୀଚ ପାଉଡର ବି ପକାଇ ଦିଅନ୍ତୁ। ସନ୍ଧ୍ୟା ପାଇଁ ଆପଣଙ୍କ ପରଫେକ୍ଟ ଡିନର ପ୍ରସ୍ତୁତ ହୋଇଯାଇଛି। ପାମ୍ପଡ ଏବଂ ପନୀର ଠାରୁ ଆପଣଙ୍କୁ ପ୍ରୋଟୀନ ମିଳିବ। ଏହାସହିତ ପରିବାରୁ ଆପଣଙ୍କୁ ଫାଇବର ମିଳିବ। ଆପଣ ଚାହିଁଲେ ପନୀରକୁ ଫ୍ରାଏ କରି ମଧ୍ୟ ପକାଇ ପାରିବେ।
Powered by Froala Editor