ୟୁକ୍ରେନ ସୀମାରୁ ଗିରଫ ହେଲା ଋଷିଆ ଗୁପ୍ତଚର

କ୍ୱିଭ: ଋଷିଆ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧରେ ଆଜି ୧୦ମ ଦିନ । ଦୁଇ ଦେଶ ମଧ୍ୟରେ ୨ଥର ଆଲୋଚନା ହୋଇସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରିପାରିନାହିଁ । ଉଭୟ ପାଶ୍ୱର୍ରୁ ବ୍ୟାପକ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏହାଭିତରେ ୟୁକ୍ରେନ ସୀମାରୁ ଜଣେ ଋଷିଆ ଗୁପ୍ତଚରଙ୍କୁ ଗିରଫ କରାଯାଇଛି । ସେ ନିଜକୁ ସାମ୍ବାଦିକ ଭାବେ ଦର୍ଶାଇ ପ୍ରଜୋମାଇଲ୍ସରେ ସକ୍ରିୟ ଥିଲେ ଏବଂ ସେଠାରେ କିଛି ଗୁପ୍ତ ଅପରେଶନ ଚଳାଉଥିଲେ ବୋଲି କୁହାଯାଇଛି । ତେବେ ସୋମନଙ୍କୁ ୧୦ବର୍ଷ ଦଣ୍ଡାଦେଶ ହେବ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଏହି ଗୁପ୍ତଚର ସେଠାରେ କେଉଁ କାମ କରୁଥିଲା, ତାଙ୍କର ଉଦେ୍ଧଶ୍ୟ କ’ଣ ଥିଲା, ସେନେଇ ଅଧିକ ସୂଚନା ମିଳିପାରିନାହିଁ । କିନ୍ତୁ ତାଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ ।
ଯୁଦ୍ଧର ଦଶମ ଦିନରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଯୁଦ୍ଧର ଦଶମ ଦିନରେ ଋଷିଆ ସାମୟିକ ଅସ୍ତ୍ରବିରତି ଘୋଷଣା କରିଛି । ଭାରତୀୟ ସମୟ ଦିନ ୧୧ଟା ୩୦ରୁ ଋଷିଆ ପକ୍ଷରୁ ସାମୟିକ ଅସ୍ତ୍ର ବିରତି ଘୋଷଣା କରାଯାଇଛି । ଫସିରହିଥିବା ଛାତ୍ର ଓ ଗର୍ଭବତୀଙ୍କୁ ଉଦ୍ଧାର କରିବା ପାଇଁ ଋଷ ପକ୍ଷରୁ ଏହି ସାମୟିକ ଅସ୍ତ୍ର ବିରତି ଘୋଷଣା କରାଯାଇଛି । ୨ଟି ସହରରେ ସାମୟିକ ଅସ୍ତ୍ରବିରତି ଘୋଷଣା ହୋଇଛି । ଖାରକିଭ୍ ଓ ଅନ୍ୟ ଏକ ସହରରେ ସାମୟିକ ଅସ୍ତ୍ରବିରତି ଘୋଷଣା ହୋଇଥିବା ସୂଚନା ମିଳିଛି ।
ଏହି ଅସ୍ତ୍ର ବିରତି ସମୟରେ ଲୋକମାନେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସୁଯୋଗ ପାଇବେ । ବିଶେଷ କରି ମହିଳା, ଛୋଟ ପିଲା ଓ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବା ପାଇଁ କୁହାଯାଇଛି । ଯୁଦ୍ଧ ବିରତି ଶେଷ ହେବା ପରେ ରୁଷ ପୁଣିଥରେ ତା’ର ଉଗ୍ର ରୂପ ଦେଖାଇବ ।
Powered by Froala Editor